ସୁଶାନ୍ତଙ୍କ ମୃତ୍ୟୁର ଏ‌ତେ ଦିନ ପରେ ଶେଷ ବିଦାୟ ଦେଲା ପରିବାର, ସୁଶାନ୍ତଙ୍କ ସଂପର୍କିତ ଅନେକ ଅଜଣା କଥା ଇନ୍‌ଷ୍ଟାରେ ପୋଷ୍ଟ୍‌ ହେଲା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୟା ଭିତରେ ପ୍ରାୟ ୧୩ ଦିନ ହୋଇ ଯାଇଥିଲେ ମଧ୍ୟ ଏବେ ବି ଥଣ୍ଡା ପଡ଼ିିନି ବାତାବରଣ। ସୋସିଆଲ୍‌ ମିଡିଆରେ ଏବେ ମଧ୍ୟ କୁଢ଼ କୁଢ଼ ସୁଶାନ୍ତଙ୍କ ସଂପର୍କିତ ପୋଷ୍ଟ୍‌। ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରି ଜଣେ ପରେ ଜଣଙ୍କୁ ଜେରା କରି ଚାଲିଛି ବାନ୍ଦ୍ରା ପୁଲିସ୍‌।

ୟା’ ଭିତରେ ସୁଶାନ୍ତ ସିଂହଙ୍କ ପରିବାର ପକ୍ଷରୁ ତାଙ୍କ ଫ୍ୟାନ୍‌ସମାନଙ୍କ ଉଦ୍ଦେଶ୍ୟରେ ଏକ ବକ୍ତବ୍ୟ‌ ଜାରି କରାଯାଇଛି। ଉକ୍ତ ବକ୍ତବ୍ୟ‌ ଜରିଆରେ ସେ ତାଙ୍କ ପ୍ରିୟ ଗୁଲ୍‌ସନ ଓରଫ୍‌ ସୁଶାନ୍ତଙ୍କୁ ଶେଷ ଥର ପାଇଁ ବିଦାୟ ‌ଦେଇଛନ୍ତି ପରିବାର ଲୋକ। ଜାଣିରଖନ୍ତୁ ଯେ ସୁଶାନ୍ତଙ୍କୁ ତାଙ୍କ ଘର ଲୋକ ଶ୍ରଦ୍ଧାରେ ଗୁଲ୍‌ସନ ବୋଲି ଡାକନ୍ତି। ‌ସୁଶାନ୍ତଙ୍କ ଘର ନାମ ବି ଗୁଲ୍‌ସନ ଥିଲା।

 

ଇନ୍‌ଷ୍ଟାରେ ଜାରି ହୋଇଥିବା ଏହି ବକ୍ତବ୍ୟରେ ଲେଖାଯାଇଛି, ‘ଦୁନିଆ ପ‌ାଇଁ ଯିଏ ସୁଶାନ୍ତ ଆମ ପାଇଁ ସେ ଆମ ପ୍ରିୟର ଗୁଲ୍‌ସନ। ସେ ଖୁବ୍ ବୁଝିବାସୁଝିବା ପିଲା ଥିଲା। ସବୁ ଜିନିଷରେ ତାକୁ ଖୁବ୍ ଆଗ୍ରହ ରହିଥିଲା। ତା’ ଟେଲିସ୍ପୋପ ତା’ର ସବୁଠାରୁ ପ୍ରିୟ ଥିଲା, ସେଥିରେ ସେ ତାରାଙ୍କୁ ଦେଖୁଥିଲା। ସେ ସବୁବେଳେ ମନ ଖୋଲା ହସ ହସେ। ସେ ଆମ ପରିବାରର ‌ଗୌରବ ଓ ପ୍ରେରଣା ଥିଲା। ଏକଥା ବିଶ୍ବାସ ହେଉନାହିଁ ଯେ ଆମେ ଆଉ ତା’ ହସ ଶୁଣି ପାରିବୁନି, ତା ଚକ୍‌ଚକ ଆଖିକୁ ଦେଖି ପାରିବୁନି ଓ ବିଜ୍ଞାନକୁ ନେଇ ସେ ଗପୁଥିବା ଅସରନ୍ତି ଗପ ଆଉ ଶୁଣି ପାରିବୁନି।’

ସମ୍ବନ୍ଧିତ ଖବର