ପୁଅର ମୃତ୍ୟୁ ପରେ ପୁଲିସକୁ ସୁଶାନ୍ତ ସିଂହ ରାଜପୁତଙ୍କ ପିତା ଦେଲେ ଏହି ବଡ଼ ବୟାନ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ପ୍ରଘଟ ହେବାପରେ ତାଙ୍କ ସମ୍ପର୍କୀୟ ଓ ପ୍ରଶଂସକ ସ୍ତବ୍ଧ ହୋଇଯାଇଥିଲେ। ସୁଶାନ୍ତ ବାସ୍ତବରେ ଆତ୍ମହତ୍ୟା କରିଛନ୍ତି, ସେ ଆଉ ଏ ଦୁନିଆରେ ନାହାନ୍ତି ଏହାକୁ ଏଯାବତ ଅନେକ ବିଶ୍ୱାସ କରି ପାରୁ ନାହାନ୍ତି। ନିଜେ ସୁଶାନ୍ତଙ୍କ ପିତା ବି ପୁଅ ଏତେ ବଡ଼ ପଦକ୍ଷେପ ନେଇଯାଇଛି ବୋଲି ବିଶ୍ୱାସ  କରିପାରୁ ନାହାନ୍ତି।

ସୁଶାନ୍ତଙ୍କ ପିତା କେ କେ ସିଂହ ଗତ ମଙ୍ଗଳବାର ପୁଲିସକୁ କହିଥିଲେ କି, ମୋର ପୁଅ ସବୁବେଳେ ଦୁଃଖରେ ରହୁଥିଲା। ମୁଁ କିନ୍ତୁ ଭାବୁଥିଲି ସେ କାମ ଚିନ୍ତାରେ ରହୁଛି ବୋଲି।

Sushant was feeling low lately, but didnt know he was suffering ...

ପିତାଙ୍କ ବ୍ୟତୀତ ପୁଲିସ ସୁଶାନ୍ତଙ୍କ ଦୁଇଜଣ ଭଉଣୀଙ୍କ ବୟାନ ରେକର୍ଡ କରିଥିଲା। ମୁମ୍ବାଇ ପୁଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି କି, ସୁଶାନ୍ତଙ୍କ ପରିବାରଲୋକ ଜଣାଇଥିଲେ କି ପୁଅ କାହିଁକି ଡିପ୍ରେସନ୍‌ରେ ରହୁଥିଲା ତାହା ସେମାନେ ଜାଣି ନାହାନ୍ତି। ଏହି ଘଟଣାକୁ ନେଇ ସେମାନଙ୍କୁ କାହାରି ଉପରେ ସନ୍ଦେହ ବି ନାହିଁ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଟୁଇଟ କରି କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। କିନ୍ତୁ ଅନେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁଶାନ୍ତ ପ୍ରୋଫେସ୍‌ନାଲ ଶତ୍ରୁତା ପାଇଁ ଡିପ୍ରେସନ୍‌ରେ ରହି ଆସୁଥିଲେ। ଗୃହମନ୍ତ୍ରୀଙ୍କ ଏହି ଟୁଇଟ ପରେ ପୁଲିସ ସୁଶାନ୍ତଙ୍କ ସାଙ୍ଗ ମହେଶ ଭଟ୍ଟଙ୍କୁ ଭେଟି ଏ ସମ୍ପର୍କରେ ଆଲେଚନା କରିବ ବୋଲି କହିଛି।

ସମ୍ବନ୍ଧିତ ଖବର