ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାର୍ତ୍ତିକ ଆରୟନଙ୍କ ଫିଲ୍ମ 'ଚନ୍ଦୁ ଚାମ୍ପିଅନ' ୨୦୨୪ ମସିହାରେ ଆସିଥିଲା ​​ଯାହା ତାଙ୍କ କ୍ୟାରିଅରର ସର୍ବୋତ୍ତମ ଫିଲ୍ମ ପ୍ରମାଣିତ ହୋଇଥିଲା। ଏହି ଅଭିନେତା ପାରାଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ଭୂମିକାରେ ଅଭିନୟ କରିଥିଲେ। କାର୍ତ୍ତିକଙ୍କ ଫିଲ୍ମଟି ସମସ୍ତଙ୍କୁ ପସନ୍ଦ ଆସିଥିଲା। କିନ୍ତୁ ପ୍ରଥମେ କାର୍ତ୍ତିକଙ୍କୁ ଏହି ଫିଲ୍ମର ଅଫର ମିଳିନଥିଲା। ତାଙ୍କ ପୂର୍ବରୁ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମୁରଲୀକାନ୍ତ ପେଟକରଙ୍କ ଚରିତ୍ର ଅଫର କରାଯାଇଥିଲା।
'ଚନ୍ଦୁ ଚାମ୍ପିଅନ' ଫିଲ୍ମରେ କାମ କରିଥିବା ଅଭିନେତା ଭୁବନ ଆରୋରା ନିକଟରେ ତାଙ୍କ ସାକ୍ଷାତକାର ସମୟରେ ଫିଲ୍ମ ସହିତ ଜଡିତ ଏହି ତଥ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କାର୍ତ୍ତିକଙ୍କ ପୂର୍ବରୁ ସୁଶାନ୍ତଙ୍କୁ ଏହି ଫିଲ୍ମ ଅଫର କରାଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ପରେ, ସେହି ଫିଲ୍ମଟି କାର୍ତ୍ତିକଙ୍କୁ ଦିଆଯାଇଥିଲା। ଯେତେବେଳେ ସୁଶାନ୍ତ ଥିଲେ, ମୁଁ ଫିଲ୍ମର ଅଂଶ ନଥିଲି। କିନ୍ତୁ ପରେ ମୁଁ ଫିଲ୍ମର ଏକ ଅଂଶ ହୋଇଗଲି ଏବଂ ସୁଶାନ୍ତ ନଥିଲେ। ଜୀବନ ତୁମକୁ ଯେଉଁଠି ପହଞ୍ଚାଇବାର ଥାଏ, ସେଇଠ ପହଞ୍ଚାଇ ଦିଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/04/19/hNXE0IB971uWKfMXHMtC.jpg)