ସୁଶାନ୍ତ ରାଜପୁତଙ୍କ ହତ୍ୟା ହୋଇଥିବା ଲାଗୁଛି: ସୁବ୍ରମଣ୍ୟମ ସ୍ବାମୀ

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ରାଜପୁତଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଛନ୍ତି। ଆଜି ଟ୍ବିଟର୍‌ରେ ଶ୍ରୀ ସ୍ବାମୀ ଏହା ପଛରେ ଥିବା ୨୬ଟି କାରଣକୁ ବିସ୍ତୃତ ଭାବେ ଦର୍ଶାଇଛନ୍ତି। ସୁଶାନ୍ତଙ୍କ ଆପାର୍ଟମେଣ୍ଟ୍‌ରୁ ଆଣ୍ଟି ଡିପ୍ରେସାଣ୍ଟ୍‌ ମିଳିବା ଓ ସୋସିଆଲ ମିଡିଆ ବାର୍ତା ଦେଣନେଣକୁ କାଟିଦେବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏହାବାଦ୍‌ ବେକରେ ଦାଗ, ଆଖିର ଅବସ୍ଥା, ଜିଭ ନବାହାରିବା ଏବଂ ୧୪ ଜୁନ୍‌ରେ ସକାଳେ ସୁଶାନ୍ତ ଭିଡିଓ ଗେମ୍‌ ଖେଳିବା ଆଦି ତାଙ୍କ ସନ୍ଦେହ ତାଲିକାରେ ରହିଛି। ସ୍ବାମୀ ଟ୍ବିଟର୍‌ରେ ଲେଖିଛନ୍ତି ଯେ ମତେ କାହିଁ ଲାଗୁଛି, ସୁଶାନ୍ତଙ୍କ ହତ୍ୟା କରାଯାଇଛି। ସୁଶାନ୍ତଙ୍କ ବାପା କେକେ ସିଂହ ପାଟନାରେ ଦେଇଥିବା ଏତଲା ଉପରେ ପ୍ରତିକ୍ରିୟା ଦେଇ ସ୍ବାମୀ ପୂର୍ବରୁ କହିଥିଲେ, ସିବିଆଇ ଯାଞ୍ଚର କୌଣସି ବିକଳ୍ପ ହୋଇନପାରେ। ଦୁଇ ରାଜ୍ୟର ପୁଲିସ୍‌ ଭିନ୍ନଭିନ୍ନ ଭାବେ ଗୋଟିଏ ଘଟଣା ଉପରେ ସଠିକ୍‌ ଭାବେ ଯାଞ୍ଚ କରିପାରିବ ନାହିଁ। ମୁମ୍ବାଇ ପୁଲିସ୍‌ ଆରମ୍ଭରୁ ଏହି ମାମଲା‌ରେ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର