ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ୟଶ୍‌ରାଜ ଫିଲ୍ମ୍‌ସର ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜେରା କଲା ବାନ୍ଦ୍ରା ପୁଲିସ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୟା ଭିତରେ ଅନେକ ଦିନ ବିତି ଯାଇଥିଲେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ପରଦା ଉଠିନି। ବାନ୍ଦ୍ରା ପୁଲିସ୍‌ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ଲୋକଙ୍କୁ ୟା ମଧ୍ୟରେ ପୁଲିସ୍‌ ଜେରା କରି ସାରିଲାଣି। ସୁୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରି ଶୁକ୍ରବାର ବାନ୍ଦ୍ରା ପୁଲିସ୍‌ ୟଶ୍‌ରାଜ ଫିଲ୍ମ୍‌ସର ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜେରା କରିଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛଇ ଯେ ୟଶରାଜ ଫିଲ୍ମସ୍‌ର ପୂର୍ବ ଭାଇସ୍‌‌ ପ୍ରେସିଡେଣ୍ଟ୍‌ ଆଶିଷ ସିଂହ ଓ ଆଶିଷ ପାଟିଲ୍‌ଙ୍କୁ ଜେରା କରାଯାଇଛି। ୧୦୧୨ ମସିହାରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ୟଶ୍‌ରାଜ ଫିଲ୍ମସର ହୋଇଥିବା ଚୁକ୍ତିରେ ଏହି ଦୁଇ ଜଣଙ୍କର ଦସ୍ତଖତ ରହିଛି।


DNA India

ପୁଲିସ୍‌ ସୂଚନା ଦେଇ କହିଛି ଯେ ଆଶିଷ ସିଂହଙ୍କୁ ପୁଲିସ୍‌ ପ୍ରାୟ ୫ ଘଣ୍ଟା ଧରି ଜେରା କରିଛି। ଜେରା ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ୟଶ୍‌ରାଜ ଫିଲ୍ମସର ହୋଇଥିବା ଚୁକ୍ତି ବିଷୟରେ ସେ ସବିଶେଷ ବିବରଣି ଦେଇଛନ୍ତି। ୨୦୧୫ ପର୍ଯ୍ୟନ୍ତ ସୁଶାନ୍ତ ୟଶରାଜ ଫିଲ୍ମ୍‌ସ ସହ ଯୋଡ଼ି ହୋଇ ରହିବା କଥା ସେ ଜେରା ସମୟରେ ପୁଲିସ୍‌କୁ କହିଛନ୍ତି।

ବାନ୍ଦ୍ରା ପୁଲିସ୍‌ ଆଶିଷ ପଟେଲ୍‌ଙ୍କ ସହ ବି ଚୁକ୍ତି ବିଷୟରେ ପଚରାଉଚରା କରିଥିଲା। ସୁଶାନ୍ତଙ୍କ କାମ ଓ କେଉଁ ପରିସ୍ଥିତିରେ ୟଶ୍‌ଣାଜ ଫିଲ୍ମସରୁ ସେ ବାହାରକୁ ବାହାରି ଗଲେ ସେ ବିଷୟରେ ପଚରାଉଚରା କରିଛି ପୁଲିସ୍‌।

 

ସମ୍ବନ୍ଧିତ ଖବର