ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ତଦନ୍ତ ପାଇଁ ଟ୍ବିଟର୍‌ ଇଣ୍ଡିଆକୁ ତାଙ୍କ ଆକାଉଣ୍ଟ୍‌ ସଂପର୍କିତ ତଥ୍ୟ ମାଗିଲା ପୁଲିସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ତଦନ୍ତ କରିି ପୁଲିସ୍‌ ଟ୍ବିଟର୍‌ ଇଣ୍ଡିଆକୁ ସୁଶାନ୍ତଙ୍କ ଆକାଉଣ୍ଟ୍‌ ସଂପର୍କିତ ସମସ୍ତ ତଥ୍ୟ ମାଗିଛି। ମୁମ୍ବାଇ ପୁଲିସ୍‌ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରି ଟ୍ବିଟର୍‌ ଇଣ୍ଡିଆକୁ ଏକ ପତ୍ର ଜରିଆରେ ସୁଶାନ୍ତଙ୍କ ଆକାଉଣ୍ଟ୍‌ ସଂପର୍କିତ ତଥ୍ୟ ମାଗିଥିବା ଜାଣିବାକୁ ମିଳିଛି।

ପୁୁଲିସ୍‌ ଜାଣିବାକୁ ଚାହୁଁଛି ଯେ ସୁଶାନ୍ତଙ୍କ ଆକାଉଣ୍ଟ୍‌ରୁ କିଛି ଟ୍ବିଟ୍‌ ଡିଲିଟ୍‌ ହୋଇଛି କି ନାହିଁ। ସୁଶାନ୍ତଙ୍କ କର୍ଯ୍ୟକଳାପକୁ ନେଇ ତଥ୍ୟ ହାସଲ କରିପାରିଲେ ତଦନ୍ତ ସହଜ ହେବ ବୋଲି ଚିନ୍ତା କରି ପୁଲିସ୍‌ ଟ୍ବିଟର୍‌ର ସହାୟତା ମାଗିଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ସୁଶାନ୍ତଙ୍କ ଟ୍ବିଟର୍‌ ହ୍ୟାଣ୍ଡେଲ୍‌ ଏସ୍‌ଏସ୍‌ଆର୍‌ରେ ୨.୨ ମିଲିୟନ୍‌ ଫଲୋୟର୍ସ ଥିବା ବେଳେ ସେ ୨୦୧୯ ମସିହା ଡି‌ସେମ୍ବର ୨୭ ତାରିଖରେ ଶେଷ ଥର ପାଇଁ ଟ୍ବିଟ୍‌ କରିଥିଲେ। ସୁଶାନ୍ତ ୨୦୧୪ ମସିହା ଅକ୍ଟୋବର ମାସରେ ଟ୍ବିଟ୍‌ରରେ ପ୍ରଥମେ ଦେଖିବାକୁ ମିଳିଥିଲେ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୁଲିସ୍‌ ଯଥାସମ୍ଭବ ତଦନ୍ତ ଚଳାଇଛି। ଏବେ ସୁଦ୍ଧା ବାନ୍ଦ୍ରା ପୁଲିସ୍‌ ସୁଶାନ୍ତଙ୍କୁ ଚିହ୍ନିଥିବା ୨୭ ଜଣ ଲୋକଙ୍କୁ ଜେରା କରି ସାରିଲାଣି।

ଉଲ୍ଲେଖଯୋଗ୍ୟ, ଜୁନ୍‌୧୪ ତାରିିଖରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ। ପୁଲିସ୍‌ ସୁଶାନ୍ତଙ୍କ ମୃତଦେହ ବ୍ୟତୀତ ସେଠାରୁ କିଛି ଡିପ୍ରେସନ୍‌ ଔଷଧ ଓ ଡାକ୍ତର ପ୍ରେସ୍‌କିପସନ୍‌ ବି ଉଦ୍ଧାର କରିିଛି।

ସମ୍ବନ୍ଧିତ ଖବର