ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ୨୦ ଦିନ ହୋଇ ଯାଇଥିଲେ ବି ତାଙ୍କ ସ୍ମୃତି ଏବେ ବି ତାଜା। ଇଣ୍ଟର୍ନେଟ୍ରେ ତାଙ୍କର ଗୋଟାଏ ପରେ ଗୋଟାଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ନିକଟରେ ଟେଲି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ସହ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଜାଣିବାକୁ ମିିଳିଛି ଯେ ସୁଶାନ୍ତଙ୍କ ‘ଜୈସି ହୋ ୱୈସି ରହୋ’ ଗୀତର ଏହି ଭିଡିଓଟି ସୁଶାନ୍ତଙ୍କ ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ର।
ଏପଟେ ସୁଶାନ୍ତଙ୍କ ସଂପର୍କିତ ଗୋଟାଏ ପରେ ଗୋଟାଏ ତଥ୍ୟ ମିଳିବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ନିକଟତର ହେବା ପାଇଁ ପୁଲିସ୍ ତଦନ୍ତ କରି ଅନେକ ତଥ୍ୟ ହାତେଇବାରେ ଲାଗିଛି। ନିକଟରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବାକୁ କିଛି ସମୟ ପୂର୍ବରୁ ଗୁଗୁଲ୍ରେ ନିଜ ନାଁ ମାରି ସର୍ଚ କରିଥିଲେ।
ସେ ଆତ୍ମହତ୍ୟା କରିବାର ମାତ୍ର କିଛି ସମୟ ପୂର୍ବରୁ ୨ ପ୍ରାୟ ୧୦.୧୫ ସମୟରେ ଗୁଗୁଲ୍ରେ ସୁଶାନ୍ତ ସିଂହ ରାଜପୁତ ସର୍ଚ କରିଥିଲେ ବୋଲି ମୋବାଇଲ୍ ଫରେନ୍ସିକ୍ ରିପୋର୍ଟରୁ ଜାଣିବାକୁ ମିଳିଛି।
/sambad/media/post_attachments/wp-content/uploads/2020/07/download-2-300x168.jpg)
ତା’ର କିଛି ସମୟ ପରେ ସୁଶାନ୍ତ ନିଜ ଉପରେ ଲିଖିତ କିଛି ନିଉଜ୍ ଆର୍ଟିକିଲ୍ ଓ ରିପୋର୍ଟ ବି ପଢ଼ିଥିଲେ। ଏବେ ପ୍ରଶ୍ନ ଉଠୁଛି କି ସୁଶାନ୍ତ ନିଜ ବିଷୟରେ କ’ଣ ଜାଣିବାକୁ ଚାହୁଁଥିଲେ। ଅଥବା ଏପରି କ’ଣ ପଢ଼ିଦେଲେ ଯେ ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରି ପକାଇଲା?
ଯଦି ସେ ବିଷାଦଗ୍ରସ୍ତ ଥିଲେ ତେବେ କେଉଁ କାରଣକୁ ନେଇ ଥିଲେ। ତେବେ, ସୁଶାନ୍ତଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ଜାଣିବା ପାଇଁ ପୁଲିସ୍ ଏବେ ସୁଦ୍ଧା ତାଙ୍କ ସହ ଜଡ଼ିତ ପ୍ରାୟ ୨୯ ଜଣଙ୍କୁ ଜେରା କରି ସାରିଲାଣି। ସମସ୍ତଙ୍କ ବୟାନକୁ ଭିତ୍ତିକରି ଅନୁମାନ କରାଯାଉଛି ଯେ ସୁଶାନ୍ତ ନିଜର ସାମାଜିକ ପ୍ରତିଷ୍ଠାକୁ କମିବାର ଦେଖି ଦୁଃଖୀ ହୋଇ ହୋଇ ଚାଲୁଥିଲେ।