ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ସଲମାନ, କରଣ, ଭଂସାଲୀ, ଏକ୍‌ତାଙ୍କ ସମେତ ୮ ଜଣଙ୍କ ନାମରେ ମାମଲା ରୁଜୁ

ମୁଜାଫର୍‌ନଗର: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବିହାରର ଜଣେ ଓକିଲ୍‌ ୮ ଜଣଙ୍କ ନାମ‌ରେ ଅପରାଧିକ ମାମଲା ରୁଜୁ କରିଛନ୍ତି। ଏହି ୮ ଜଣଙ୍କ ମଧ୍ୟରେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲମାନ ଖାନ ଓ ସିନେ ନିର୍ମାତା କରଣ ଜୋହର ଓ ଅନ୍ୟ ବଲିଉଡ୍ ବ୍ୟକ୍ତତ୍ବ ମଧ୍ୟ ଅଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଏମାନଙ୍କୁ ଦାୟୀ ଦର୍ଶାଇ ଏକ ସ୍ଥାନୀୟ ଅଦାଲତରେ ମାମଲା ରୁଜୁ ହୋଇଛି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ ତାରିଖରେ ହେବ ବୋଲି ଜାଣିବାକୁ ମିଳିଛି।  ଅଭିଯୋଗ ଆଣି ଓକିଲ୍‌ ସୁଧୀର କୁମାର ଓଝା କହିଛନ୍ତି ଯେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ୮ ଜଣ ପରୋକ୍ଷ ଭାବେ  ବାଧ୍ୟ କରିଛନ୍ତି।

କରଣ ଓ ସଲମାନଙ୍କକୁ ଛାଡ଼ି ବାକି ଅଭିଯୁକ୍ତମାନେ ହେଉଛନ୍ତି ଆଦିତ୍ୟ ଚୋପ୍ରା, ସାଜିଦ୍‌ ନଦିୱାଦ୍‌ୱାଲା, ସଞ୍ଜୟଲୀଲା ଭଂସାଲୀ, ଭୂଷଣ କୁମାର, ଏକ୍‌ତା କପୁର୍‌ ଏବଂ ନିର୍ଦ୍ଦେଶକ ଦିନେଶ।


Bollywood Life

ସେ ଅଭିଯୋଗ ଆଣି କହିଛନ୍ତି ଯେ ଏମାନେ ସୁଶାନ୍ତଙ୍କ ଚଳଚ୍ଚିତ୍ରକୁ ରିଲିଜ୍‌ ହେବାକୁ ଦେଲେ ନାହିଁ। ଏପରିକି ଏମାନଙ୍କ ପାଇଁ ସୁଶାନ୍ତଙ୍କୁ କୌଣସି ଚଳଚ୍ଚିତ୍ର ଜଗତର ଉତ୍ସବକୁ ବି ନିମନ୍ତ୍ରଣ ‌ଦିଆଯାଉ ନଥିଲା।

ଓକିଲ ଆହୁରି ବି କହିଛନ୍ତି ‌‌ଯେ ସୁଶାନ୍ତଙ୍କ ମୃତ୍ୟୁ କେବଳ ବିହାର ନୁହେଁ ବରଂ ପୂରା ଦେଶସାରା ଲୋକଙ୍କୁ ଭାରାକ୍ରାନ୍ତ କରିଛି। ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ବାନ୍ଧ୍ରାସ୍ଥିତ ତାଙ୍କ ଘରେ ରବିବାର ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର