ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ପୁଲିସ ବର୍ତ୍ତମାନ କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ନିକଟରେ ଯାଇ ପହଞ୍ଚି ଯାଇଛି। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ଆସନ୍ତା ସୋମବାର ସଞ୍ଚୟ ଲୀଲା ଭନସାଲୀଙ୍କ ବୟାନ ରେକର୍ଡ କରିବ।
ସୂଚନାନୁସାରେ, ଭନସାଲୀ ସୁଶାନ୍ତଙ୍କୁ ଅନେକ ଚଳଚ୍ଚିତ୍ର ଅଫର୍ ଦେଇଥିଲେ। କିନ୍ତୁ ତାରିଖ ନଥିବାରୁ ସୁଶାନ୍ତ ସେଥିରେ କାମ କରି ପାରି ନଥିଲେ। ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇର ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ବାନ୍ଦ୍ରା ପୁଲିସ ଏହି ପ୍ରସଙ୍ଗରେ ପଚରାଉଚରା ପାଇଁ ସଞ୍ଜୟ ଲୀଲା ଭନସାଲୀଙ୍କୁ ସମନ କରିବା ସହିତ ଏହି ମାମଲାରେ ଜୁଲାଇ ୬ରେ ତାଙ୍କର ବୟାନ ରେକର୍ଡ କରିବ। ବାନ୍ଦ୍ରା ପୁଲିସ ସୁଶାନ୍ତଙ୍କ ଡିପ୍ରେସନ୍ର କାଣରକୁ ନେଇ ସଞ୍ଜୟ ଲୀଲା ଭନସାଲୀଙ୍କୁ ପଚରାଉଚରା କରିବ ବୋଲି କୁହାଯାଉଛି।
India Todayବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧ ଥିବା ସୂଚନା ଏବଂ ପୋଷ୍ଟମର୍ଟମକୁ ଆଧାର କରି ପୁଲିସ ସୁଶାନ୍ତଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଦର୍ଶାଉଛି । ଏହା ସହିତ ଏହା ବି ଜାଣିବାକୁ ମିଳିଛି କି ସୁଶାନ୍ତ ଗତ ୬ମାସ ଧରି ଡିପ୍ରେସନ୍ରେ ଥିଲେ। ପୁଲିସ ସୁଶାନ୍ତଙ୍କ କ’ଣ ଡିପ୍ରେସନ୍ ଥିଲା ଯେଉଁଥି ପାଇଁ ସେ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେଇଥିଲେ ତାହା ବି ଜାଣିବାକୁ ଚେଷ୍ଟା କରୁଛି।
ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏଯାବତ ପୁଲିସ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବଡା, ୟଶ ରାଜ ଫିଲ୍ମର କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମା ଏବଂ ଅଭିନେତା ସଞ୍ଜନା ସାଙ୍ଗୀଙ୍କୁ ପଚରାଉଚରା କରି ସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Untitled-1-copy-2.jpg)