ଆଲିଆ ଭଟ୍ଟଙ୍କୁ ନେଇ ସୁଶାନ୍ତ କାହିଁକି କ୍ଷୋଭ ଭରା ଟୁଇଟ କରିଥିଲେ ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କର ଆତ୍ମୀୟଙ୍କ କ୍ଷୋଭ ଦେଖିବାକୁ ମିଳୁଛି। ଲୋକମାନେ କରଣ ଜୋହର, ଆଲିଆ ଭଟ୍ଟ, ସଲମାନ ଖାନଙ୍କ ସମେତ ଅନେକଙ୍କୁ ଆକ୍ଷେପ କରୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ପୁରୁଣା ସାକ୍ଷାତକାର ଏବଂ ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦେଖି ଲାଗୁଛି ଯେ ସୁଶାନ୍ତ ପ୍ରକୃତରେ ଇଣ୍ଡଷ୍ଟ୍ରିର କିଛି ଲୋକଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ। ଏହି କ୍ରମରେ ଆଲିଆ ଭଟ୍ଟଙ୍କ ସହ ଜଡ଼ିତ ଥିବା ଏକ ଘଟଣା ସାମ୍ନାକୁ ଆସିଛି।

sushant singh rajput was angry when alia bhatt left raabta
Navbharat Times

ଏମିତି କେଉଁ କାରଣ ଥିଲା, ଯେଉଁଥିପାଇଁ ସୁଶାନ୍ତ ସିଂ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କର ପ୍ରଶଂସକମାନେ ବର୍ତ୍ତମାନ ସୁଶାନ୍ତଙ୍କ ପୁରୁଣା ସାକ୍ଷାତକାରଗୁଡ଼ିକୁ ଖୋଜି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ସୁଶାନ୍ତ ଅଭିନେତ୍ରୀ ଆଲିଆଙ୍କ ଉପରେ ୨୦୧୫ରେ ‘ରାବତା’ ଛାଡିବା କାରଣରୁ ଅସନ୍ତୁଷ୍ଟ ଥିଲେ। ଖବର ଅନୁଯାୟୀ, ଆଲିଆ ତାରିଖ ଅସୁବିଧା ଅଛି କହି ହଠାତ ସିନେମା ଛାଡ଼ି ଦେଇଥିଲେ।

 

ଏକ ସୂତ୍ରରୁ ପ୍ରକାଶ, ଆଲିଆ କରଣ ଜୋହରଙ୍କ ‘ଶୁଦ୍ଧି’ କରିବାକୁ ନିଷ୍ପତ୍ତି ନେଇଥିଲେ। ତାରିଖ ଅସୁବିଧା ଥିବା କହି ସେ ସୁଶାନ୍ତଙ୍କ ସହ ଫିଲ୍ମ କରି ନ ଥିଲେ। ସେହି ସମୟରେ ସୁଶାନ୍ତ କ୍ରୋଧିତ ହୋଇ ଏକ ଟୁଇଟ୍‌ କରିଥିଲେ। ଏହି ଟୁଇଟରେ ସେ ଲେଖିଥିଲେ, ଏହା ଖୁବ୍‌ ମଜାଦାର କି ଲୋକମାନେ କିପରି ନିଜର ଲାଭ ପାଇଁ ଅନ୍ୟ ଏକ ପ୍ରୋଜେକ୍ଟକୁ ଖରାପ କରିବାକୁ ଚେଷ୍ଟା କରିଥାଆନ୍ତି।

ଏହି ଟୁଇଟ୍‌କୁ ବର୍ତ୍ତମାନ ସୁଶାନ୍ତଙ୍କ ଟୁଇଟର ହ୍ୟାଣ୍ଡେଲରୁ ଡିଲିଟ କରି ଦିଆଯାଇଛି। ଆଲିଆ ପ୍ରଥମ ଥର ସୁଶାନ୍ତଙ୍କ ବିପରୀତରେ ‘ରାବତା’ ସିନେମାରେ ଅଭିନୟ କରିବେ ବୋଲି ପ୍ରୋଜେକ୍ଟ ସାଇନ୍‌ କରିଥିଲେ। ଫିଲ୍ମ ଛାଡିବା ନେଇ ଆଲିଆ କହିଥିଲେ ଯେ, ସେ ଅନେକ ରୋମାଣ୍ଟିକ କାହାଣୀ କରୁଛନ୍ତି।

ସମ୍ବନ୍ଧିତ ଖବର