ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି। ହେଲେ ଏବେ ବି ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ରହିଛି, ଯାହାର ଉତ୍ତର ମିଳିପାରିନାହିଁ। ସେ ଆତ୍ମହତ୍ୟା କରିଥିଲେ ନାଁ ତାଙ୍କୁ ହତ୍ୟା କରାଯାଇଥିଲା, ଏପ୍ରଶ୍ନ ଦୁଇ ବର୍ଷ ହେଲା ତାଙ୍କ ପ୍ରଶଂସକଙ୍କ ମନରେ ରହିଛି। ଏବେ ତାଙ୍କର ବ୍ୟବଚ୍ଛେଦ କରିଥିବା ବ୍ୟକ୍ତି ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଅଭିନେତା ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ହତ୍ୟା କରାଯାଇଥିଲା। ନିକଟରେ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ବ୍ୟବଚ୍ଛେଦ କରିଥିବା ରୂପକୁମାର ଶାହା ମଧ୍ୟ ସମାନ ଦାବି କରିଥିଲେ ଏବଂ ଅଭିନେତାଙ୍କ ଶରୀର ଏବଂ ବେକରେ ଅନେକ ଚିହ୍ନ ଥିବା କହିଥିଲେ।

Advertisment

ଶାହା ଟିଭି ୯କୁ ସାକ୍ଷାତକାର ଦେଇ କହିଥିଲେ ଯେ, “ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେଲା, ବ୍ୟବଚ୍ଛେଦ ପାଇଁ କୁପର୍ ହସ୍ପିଟାଲକୁ ପାଞ୍ଚଟି ମୃତଦେହ ଆସିଥିଲା। ସେହି ପାଞ୍ଚଟି ମୃତଦେହ ମଧ୍ୟରୁ ଗୋଟିଏ ଭିଆଇପି ମୃତଦେହ ଥିଲା। ଯେତେବେଳେ ଆମେ ବ୍ୟବଚ୍ଛେଦ କରିବାକୁ ଯାଇଥିଲୁ, ମୃତଦେହଟି  ସୁଶାନ୍ତଙ୍କର ବୋଲି ଜାଣିଥିଲୁ। ବ୍ୟବଚ୍ଛେଦ ସମୟରେ ତାଙ୍କ ଦେହରେ ଅନେକ ଚିହ୍ନ ଏବଂ ବେକରେ ଦୁଇରୁ ତିନୋଟି ଚିହ୍ନ ଥିବା ଦେଖାଯାଇଥିଲା। ନିୟମ ଅନୁଯାୟୀ ବ୍ୟବଚ୍ଛେଦ ସମୟରେ ଏହାର ଭିଡିଓ ରେକର୍ଡ ହେବା ଆବଶ୍ୟକ। କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଆମେ କେବଳ ଫଟୋ ଉଠାଇ ପୁଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ।