ଆସୁଛି ‘ଏମ୍‌ ଏସ ଧୋନୀ: ଦି ଅନଟୋଲ୍‌ଡ ଷ୍ଟୋରି’ର ଦ୍ୱିତୀୟ ଭାଗ : ସୁଶାନ୍ତ ସିଂ ତୁଲାଇବେ ଟାଇଟଲ୍‌ ଚରିତ୍ର

ମୁମ୍ବାଇ: ୨୦୧୬ ମସିହାରେ ଧୋନୀଙ୍କ ଜୀବନୀ ଉପରେ ‘ଏସ୍‌ ଧୋନୀ: ଦ ଅନ୍‌ଟୋଲଡ୍‌ ଷ୍ଟୋରି’ ସିନେମା ତିଆରି ହୋଇଥିଲା । ଏବେ ଏହାର ଦ୍ୱିତୀୟ ଭାଗ ଆସିବ ବୋଲି ଜଣାପଡ଼ିଛି । ‘ଏସ୍‌ ଧୋନୀ: ଦ ଅନ୍‌ଟୋଲଡ୍‌ ଷ୍ଟୋରି’ ବକ୍ସ ଅଫିସରେ ଧମାଲ କରିଥିଲା । ଏହି ଚଳଚିତ୍ରରେ ଧୋନୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ସୁଶାନ୍ତ ସିଂ ରାଜପୁତ୍‌ । ‘ମିଡ ଡେ’ର ସୂଚନା ମୁତାବକ ମହେନ୍ଦ୍ର ସଂ ଧୋନୀଙ୍କ ଜୀବନୀ ଉପରେ ନିର୍ମିତ ହେବାକୁ ଥିବା ଦ୍ୱିତୀୟ ଚଳଚିତ୍ରରେ ସେହି ସୁଶାନ୍ତ ହିଁ ଧୋନୀ ରୁପରେ ନଜର ଆସିପାରନ୍ତି । ସୂଚନା ମୁତାବକ, ଏଥର ଚଳଚିତ୍ରରେ ଧୋନୀଙ୍କ ବ୍ୟକ୍ତଗତ ଜୀବନ ଉପରେ ଅଧିକ ଧ୍ୟାନ ଦିଆଯାଇଛି । ଏତିକି ନୁହେଁ ୨୦୧୫ର ଓ୍ଵାର୍ଲ୍ଡ କପ୍‌ରେ ଇଣ୍ଡିଆ ସେମିଫାଇନାଲ ଯିବା ପର୍ଯ୍ୟନ୍ତ କାହାଣୀ ମଧ୍ୟ ଏଥିରେ ଦେଖିବାକୁ ମିଳିବ ।

pinterest.com

ଆପଣଙ୍କ ଜଣେଇଦେବାକୁ ଚାହିଁବୁ ପ୍ରଥମ ଭାଗରେ ଧୋନୀଙ୍କ ବ୍ୟକ୍ତିଗତ ଜୀବନର କିଛି ଖାସ୍‌ କଥା ଚଳଚିତ୍ରରେ ଦେଖିବାକୁ ମିଳିନଥଲା । ଏଥର ଏହା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଧୋନୀଙ୍କ ଫ୍ୟାନ ଏହା ହୁଏତ ଜାଣି ନ ଥିବେ ଯେ ଧୋନୀଙ୍କର ଜଣେ ବଡ ଭାଇ ଅଛନ୍ତି । ପ୍ରଥମ ଭାଗ ଚଳଚିତ୍ରରେ କେଉଁଠାରେ ବି ଧୋନୀଙ୍କ ବଡ ଭାଇଙ୍କୁ ଦେଖିବାକୁ ମିଳିନଥିଲା । ପ୍ରଥମ ଭାଗରେ କେବଳ ତାଙ୍କ ବଡ ଭଉଣୀଙ୍କୁ ଦେଖିବାକୁ ମିଳିଥିଲା ସେ ଧୋନୀଙ୍କୁ ତାଙ୍କ ଜୀବନରେ ଆଗକୁ ବଢିବା ପାଇଁ ବହୁତ ସାହାଯ୍ୟ କରିଥିଲେ । କିନ୍ତୁ ତାଙ୍କ ବଡ ଭାଇ କି ତାଙ୍କ ବଡ ଭାଇଙ୍କ ପରିବାର ବିଷୟରେ କିଛି ବି ନଥିଲା । ତାଙ୍କ ବଡ ଭାଇଙ୍କ ନାଁ ହେଉଛି ନରେନ୍ଦ୍ର ସଂ ଧୋନୀ ସେ ଧୋନୀଙ୍କ ଠାରୁ ୧୦ ବର୍ଷ ବଡ । ଏଥର ଚଳଚିତ୍ରରେ ଧୋନୀଙ୍କ ବିଷୟରେ କିଛି ନୂଆ କଥା ଜାଣିବାକୁ ମିଳିବ ବୋଲି ଫ୍ୟାନ ଆଶା ରଖିଛନ୍ତି । ଏହି ଚଳଚିତ୍ରର ନିର୍ଦ୍ଦେଶନା ନିରଜ ପାଣ୍ଡେ ଦେଉଥିବା ବେଳେ ଅନୁପମ ଖେର୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର