ଆସନ୍ତାବର୍ଷ ବିବାହ କରିଥାନ୍ତେ ସୁଶାନ୍ତ, କେଉଁ ରେହାଙ୍କୁ ଜାଣନ୍ତି ନାହିଁ ସୁଶାନ୍ତଙ୍କ ବାପା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୟା ଭିତରେ ଅନେକ ଦିନ ବିତିଗଲାଣି। ହେଲେ ଏବେ ବି ତାଙ୍କ ସ୍ମୃତି ମନରୁ ଯାଉନି। ତାଙ୍କ ସଂପର୍କିତ ଅନେକ ତଥ୍ୟ ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି। ନିକଟରେ ଏକ ସାକ୍ଷାତ୍‌କାରରେ ସୁଶାନ୍ତଙ୍କ ବାପା କହିଛନ୍ତି ଯେ ୨୦୨୧ ମସିହାରେ ସୁଶାନ୍ତ ବିବାହ କରିବାର ଯୋଜନା କରିଥିଲେ।

ସେ ସାକ୍ଷାତ୍‌କାରରେ କହିଛନ୍ତି ଯେ ଏହି କରୋନା ଭାଇରସ୍‌ ପରିସ୍ଥିତି ପାଇଁ ସେ ଏହି ବର୍ଷ ବିବାହ କରିବା ମାନସିକତାରେ ନଥିଲେ। ଆଗକୁ ଆସୁଥିବା ତାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ସେ ଆସନ୍ତାବର୍ଷ ବିବାହ କରିଥାନ୍ତେ ବୋଲି କହିଛନ୍ତି ସୁଶାନ୍ତଙ୍କ ବାପା।

Indus Scrolls

ତାଙ୍କ ବାପାଙ୍କୁ ସୁଶାନ୍ତଙ୍କ ବିବାହ ସଂପର୍କରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘ଏ ବିଷୟରେ ଆମେ କଥା ହୋଇଥିଲୁ। ସେ କହିଥିଲା କି କରୋନା ସମୟରେ ତ ବିବାହ କରିବି ନାହିଁ। ଏହାଛଡ଼ା ପୁଣି ଆଗକୁ ଏକ ଚଳଚ୍ଚିତ୍ର ବି ଆସୁଛି। ଚଳଚ୍ଚିତ୍ର ରିଲିଜ୍‌ ପରେ ଫେବ୍ରୁଆରି-ମାର୍ଚ ମାସକୁ ଦେଖିବ‌ ବୋଲି କହିଥିଲା। ତା ସହିତ ମୋର ଏହା ଥିଲା ଶେଷ କଥା।’

ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀଙ୍କୁ ନେଇ ସୁଶାନ୍ତଙ୍କ ବାପା କହନ୍ତି, ‘ସୁଶାନ୍ତ ଜୀବନରେ ଥିବା ଜଣେ ପ୍ରେମିକାକୁ ମୁଁ ଜାଣିଛି। ସେ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ। କୌଣସି ରେହାଙ୍କ ସଂପର୍କରେ ମୁଁ ଜ‌ାଣେ ନାହିଁ। ’ ଉଲ୍ଲେଖଯୋଗ୍ୟ, ପୂର୍ବରୁ ସୁଶାନ୍ତଙ୍କର ଜଣେ ବନ୍ଧୁ ମଧ୍ୟ କହିଥିଲେ କି ସୁଶାନ୍ତ ଖୁବ୍ ଶୀଘ୍ର ବିବାହ କରିବାର ଯୋଜନା କରିିଥିଲେ।

ସମ୍ବନ୍ଧିତ ଖବର