ସୁଶାନ୍ତ ସିଂଙ୍କ ସାଙ୍ଗକୁ ଗିରଫ କଲା ଏନସିବି

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ଏହି ଗିରଫଦାରୀ ଡ୍ରଗ୍ସ ମାମଲାରେ କରାଯାଇଥିବା କୁହାଯାଉଛି। ଏନସିବି ଟିମ୍ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଏହା ପରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ଏଠାରେ ତାଙ୍କୁ ଜେରା କରାଯିବ। ତେବେ ସିଦ୍ଧାର୍ଥ ପିଠାନୀଙ୍କ ବିରୋଧରେ ଧାରା ୨୮, ୨୯ ଓ ୨୭ରେ ମାମଲା ରୁଜୁ କରାଯାଇଛି।

କୁହାଯାଉଛି କି, ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ସିଂଙ୍କ ସହିତ ତାଙ୍କ ଘରେ ରହୁଥିଲେ। ଆତ୍ମହତ୍ୟା କରିବା ପରେ ପ୍ରଥମେ ସୁଶାନ୍ତଙ୍କ ଶରୀରକୁ ଫ୍ୟାନରେ ଝୁଲୁଥିବାର ସିଦ୍ଧାର୍ଥ ଦେଖିଥିଲେ। ଏହା ପରେ ସେ ପୁଲିସକୁ ସୂଚନା ଦେଇଥିଲେ।

୨୦୨୦ ଜୁନ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ସେ ମୁମ୍ବାଇସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ବିଲିଉଡ ଇଣ୍ଟଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଥିଲା। ସୁଶାଙ୍କ ମୃତ୍ୟୁ ପରେ ତାଙ୍କ ଘର ଲୋକ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସୁଶାନ୍ତ ମୃତ୍ୟୁ ମାମଲା ଯାଞ୍ଚ ସମୟରେ ଡ୍ରଗ୍ସ ଦିଗ ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର