ମାମୁ ଆଉ ନାହାନ୍ତି ବୋଲି ଶୁଣିବା ପରେ ଏପରି ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ୫ ବର୍ଷିଅ ଭଣଜା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶକୁ ସ୍ତବ୍ଧ କରିଛି। ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ଚକିତ କରି ପକାଇଛି। ତାଙ୍କ ବିୟୋଗରେ ବଡ଼ ‌ଲୋକଙ୍କ କଥା ଛାଡ଼ନ୍ତୁ, ତାଙ୍କ ୫ ବର୍ଷ ବୟସର ଭଣଜା ଯେପରି ପ୍ରତିକ୍ରିୟା ରଖିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆମେରିକାରେ ରହୁଥିବା ସୁଶାନ୍ତଙ୍କ ଭଉଣୀ କହନ୍ତି, ‘ମୁଁ ଯେତେବେଳେ ମୋ ପୁଅ ନିର୍ବାଣକୁ କହିଲି ମାମୁ ଆଉ ନାହାନ୍ତି। ସେ ମୋତେ ଉତ୍ତର ଦେଲା କି ମାମୁ କିନ୍ତୁ ସବୁଦିନ ପାଇଁ ଆମ ହୃଦୟରେ ବଞ୍ଚି ରହିବେ। ଯଦି ଜଣେ ୫ ବର୍ଷର ପିଲା ଏପରି କହିପାରୁଛି ତେବେ ଭାବନ୍ତୁ ଯେ ଆମକୁ କେତେ ଶକ୍ତ ହେବାକୁ ପଡ଼ିବ। ଆମ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ହେବ। ବିଶେଷ କରି ସୁଶାନ୍ତଙ୍କ ପ୍ରଶଂସକମାନେ ବୁଝିଯାଆନ୍ତୁ  ଯେ ସେ ସବୁବେଳେ ଆମ ହୃଦୟରେ ବଞ୍ଚି ରହିବେ। ଏପରି କିଛି କରନ୍ତୁ ନାହିଁ ଯାହା ସୁଶାନ୍ତଙ୍କ ଆତ୍ମାକୁ କଷ୍ଟ ଦେବ। ସମସ୍ତେ ଧୈର୍ଯ୍ୟ ଧରନ୍ତୁ।’

 

 

View this post on Instagram

 

With the loving Mamu 😘💋😘 #sushantsinghrajput #beautifulmoments

A post shared by Shweta Singh kirti (@shwetasinghkirti) on

ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ପରିବାର ଲୋକ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ପାଇଁ ପାଟ୍‌ନାରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ। ମାତ୍ର ଟିକଟେ୍‌ ମିଳୁ ନଥିବା କାରଣରୁ ଭାରତ ଆସି ପାରୁ ନଥିଲେ ଭଉଣୀ ଶ୍ବେତା । ସେ ସୋସିଆଲ୍‌ ମିଡିଆରେ ସାହାଯ୍ୟ ମାଗି ଏକ ପୋଷ୍ଟ୍‌ କରିଥିଲେ କି ‘ଯେତେ ଶୀଘ୍ର ହୋଇପାରିବ ମୁଁ ଭାରତ ଯିବାକୁ ଚାହୁଁଛି। କୌଣସି ବିମାନ ଟିକେଟ୍‌ ପାଇପାରୁ ନାହିଁ। ଯଦି କେହି ସାହାଯ୍ୟ କରିପାରିବ ତ ମୋତେ କହନ୍ତୁ ।’ ପରବର୍ତ୍ତୀ ଏକ ପୋଷ୍ଟ୍‌ରେ ଉଲ୍ଲେଖ କରିଥିଲେ ଯେ ଭାରତ ଯିବା ପାଇଁ ଟିକେଟ୍‌ ପକ୍କା ହୋଇଗଲା।

ସମ୍ବନ୍ଧିତ ଖବର