ମୁମ୍ବାଇ: ବିଶାଦଗ୍ରସ୍ତତା ପାଇଁ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଚିକିତ୍ସା କରୁଥିବା ଡାକ୍ତର କେର୍ସି ଚାଭଡା ମୁମ୍ବାଇ ପୁଲିସ୍ର ତଦନ୍ତକାରୀ ଦଳକୁ ସୂଚନା ଦେଇ କହିଛନ୍ତି ଯେ ସୁଶାନ୍ତ ୨୦୨୦ ମସିହା ଜୁନ୍ ପ୍ରାରମ୍ଭରୁ ଔଷଧ ଗ୍ରହଣ କରିବା ବନ୍ଦ କରି ଦେଇଥିଲେ। ଯାହା ଫଳରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁମ୍ବାଇ ପୋଲିସର ରେକର୍ଡ ହୋଇଥିବା ବିବୃତ୍ତିରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି।
ୟା ପୂର୍ବରୁ ମୁମ୍ବାଇ ପୁଲିସ୍ କେର୍ସି ଚାଭଡାଙ୍କ ସମେତ ପରଭେନ ଦାଦାଞ୍ଚଜୀ, ହରିଶ ସେଟ୍ଟୀ, ନିକିତା ଶାହା ଏବଂ ସୁଜାନ ୱାକର ଆଦି ୫ ଜଣ ମନସ୍ତତ୍ବବିତ୍ଙ୍କଠାରୁ ସୁଶାନ୍ତ ସିଂହଙ୍କ ମାମଲାକୁ ନେଇ ବୟାନ ରେକର୍ଡ କରିଥିଲା।
/sambad/media/post_attachments/wp-content/uploads/2020/08/77798999-300x225.jpg)
ଚାଭଡ଼ା ଆହୁରି ବି କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ପ୍ରକୃତରେ ଭୟଙ୍କର ଅବସାଦର ଶିକାର ହୋଇଥିଲେ। ମୁମ୍ବାଇ ପୁଲିସ୍ର ପ୍ରାଥମିକ ତଦନ୍ତରୁ ବି ଜଣାପଡିଛି ଯେ ସୁଶାନ୍ତ ବିଶାଦଗ୍ରସ୍ତ ରହିବା ତାଙ୍କ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ।
ମାତ୍ର ସୁଶାନ୍ତଙ୍କ ପରିବାର ଲୋକ ଏହାକୁ ସ୍ବୀକାର କରିବାକୁ ନାରାଜ। ସୁଶାନ୍ତଙ୍କ ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ରିୟା ସୁଶାନ୍ତଙ୍କୁ ଅନେକ ଦିନ ଧରି ବିଷ ଦେଇ ଆସୁଥିଲେ ବୋଲି ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ ଆଣିଥିବା ବେଳେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ଅଭିଯୋଗ ଆଣି କହିଛନ୍ତି କି ତାଙ୍କ ଭାଇଙ୍କୁ ଡ୍ରଗ୍ପ ଦେଇ ଷଡ଼ଯନ୍ତ୍ରରେ ଫସାଇଥିଲେ ରିୟା। ରିୟା ସୁଶାନ୍ତଙ୍କ ସହ ପ୍ରେମର ଅଭିନୟ କରି ତାଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।