ଯୁବ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ସୁଶାନ୍ତଙ୍କ ପରିବାର କରିବେ ଫାଉଣ୍ଡେସନ୍‌

ସୁଶାନ୍ତଙ୍କ ସ୍ମୃତିକୁ ଉଜ୍ଜୀବୀତ ରଖିବା ପାଇଁ ତାଙ୍କ ପରିବାର ‘ସୁଶାନ୍ତ ସିଂହ ରାଜପୁତ ଫାଉଣ୍ଡେସନ’ ପ୍ରତିଷ୍ଠା କରିବେ। ଏହି ପ୍ରତିଷ୍ଠାନ ସିନେମା, କ୍ରୀଡ଼ା, ବିଜ୍ଞାନରେ ପ୍ରତିଭାମାନଙ୍କୁ ସହାୟତା ଯୋଗାଇ ଦେବ। ସୁଶାନ୍ତଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ସୁଶାନ୍ତଙ୍କ ପିଲାଦିନ କଟିଥିବା ପାଟ୍‌ନାସ୍ଥିତ ଘରକୁ ସ୍ମାରକୀରେ ପରିବର୍ତ୍ତିତ କରାଯିବ। ସେଠାରେ ସୁଶାନ୍ତଙ୍କ ପଢ଼ା ବହି ସମେତ ପୁରସ୍କାର ଓ ଟେଲିସ୍କୋପ ଆଦି ସ୍ଥାନିତ ହେବ। ସୁଶାନ୍ତ ଜଣେ ଅଭିନେତା ବ୍ୟତୀତ ବିଜ୍ଞାନ ଓ କ୍ରୀଡ଼ାରେ ରୁଚି ରଖୁଥିଲେ। ସେ ଗିଟାର ବଜାଇବାକୁ ମଧ୍ୟ ଭଲ ପାଉଥିଲେ।

ସମ୍ବନ୍ଧିତ ଖବର