ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ଅଭିନେତ୍ରୀ ସଞ୍ଜନା ସାଙ୍ଘିଙ୍କ ବୟାନ ‌ରେକର୍ଡ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ନେଇ ମୁମ୍ବାଇ ପୁଲିସ ଜୋରଦାର ତଦନ୍ତ ଜାରି ରଖିଛି। ଏହି କ୍ରମରେ ସୁଶାନ୍ତଙ୍କ ମହିଳା ବନ୍ଧୁ ରିଆ ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ବନ୍ଧୁ ମୁକେଶ ଛବ୍ରା ଓ ରୋହିଣୀ ଅୟରଙ୍କ ମଧ୍ୟ ପୁଲିସ ଜେରା କରିଛି। ଆଜି ‘ଦିଲ୍‌ ବେଚାରା’ର ଅଭିନେତ୍ରୀ ସଞ୍ଜନା ସାଙ୍ଘି ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚି ନିଜ ବୟାନ ରେକର୍ଡ କରିଛନ୍ତି। ସୁଶାନ୍ତ ଆତ୍ମହତ୍ୟା କରିଥିବା ପ୍ରମାଣିତ ହେବା ପରେ ଏବେ ମୁମ୍ବାଇ ପୁଲିସ ଏହାର କାରଣ ବିଷୟରେ ଖୋଳତାଡ଼ କରିବା ଆରମ୍ଭ କରିଛି। ସୁଶାନ୍ତଙ୍କ ସହ କାମ କରିଥିବା କିଛି ଲୋକଙ୍କ ସହ ତାଙ୍କର ସମସ୍ତ ସମ୍ପର୍କୀୟଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। ସୁଶାନ୍ତ ମୃତ୍ୟୁ ପୂର୍ବରୁ ମାନସିକ ଅବସାଦ ଦେଇ ଗତି କରୁଥିଲେ, ‌ତେବେ କାହା ପାଇଁ ଓ କେଉଁ କାରଣ ପାଇଁ ଏଭଳି ଜଣେ ସଫଳ ଅଭିନେତା ଆତ୍ମହତ୍ୟା ପନ୍ଥା ବାଛିନେଲେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଦିନ ତଳେ ଅଭିନେତ୍ରୀ ସଞ୍ଜନା ସାଙ୍ଘି ଇନ୍‌ଷ୍ଟାଗ୍ରାମ୍‌ରେ ସୁଶାନ୍ତଙ୍କ ସହ ତାଙ୍କର କିଛି ପୁରୁଣା ଫଟୋ ସେୟାର କରିଥିବା ସହ ଭାବାପୂର୍ଣ୍ଣ ‌ଲେଖାଟିଏ ଲେଖିଥିଲେ।

ସମ୍ବନ୍ଧିତ ଖବର