ସୁଷମା ସ୍ୱରାଜଙ୍କ ବିୟୋଗ ପରେ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଅନେକ ବଲିଉଡ୍‌ କଳାକାର

ମୁମ୍ବାଇ : ମଙ୍ଗଳବାର ରାତିରେ ହଠାତ ସମସ୍ତଙ୍କ ପାଖରେ ଏକ ବଡ଼ ଖବର ପହଞ୍ଚିଥିଲା, ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ଏହି ଖବର ଉଭୟ ବିରୋଧି ଓ ସମର୍ଥକଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

ଅନେକ ବଲିଉଡ୍ ବ୍ୟକ୍ତିତ୍ବ ଦିଲ୍ଲୀରେ ପହଞ୍ଚି ସୁଷମାଙ୍କୁ  ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ଅନ୍ୟ କେତେଜଣ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଅନୁପମ ଖେର୍‌, ଅକ୍ଷୟ କୁମାର, ବମନ ଈରାନୀ, ବିବେକ ଦହିଆ, ଅନୁରାଗ କଶ୍ୟପ, ଅର୍ଜୁନ କପୁର, ସଞ୍ଜୟ ଦତ୍ତ, ରିତେଶ ଦେଶମୁଖ୍‌, ମଧୁର ଭଣ୍ଡାରକର, ପରିଣୀତି ଚୋପ୍ରା, ରିଚା ଚଢ଼ା, ସେଲିନା ଜେଟ୍‌ଲୀ, ସ୍ୱରା ଭାସ୍କର, ଦଲେର ମେହେନ୍ଦୀ, ନେହା ଧୁପିଆ, ଅନୁଷ୍କା ଶର୍ମା ଆଦି ବଲିଉଡ୍ କଳାକାର ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର