ଆଗାମୀ ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ!

ମୁମ୍ବାଇ: ବଲିଉଡ୍‌ରେ ବିବାହ ଘଣ୍ଟି ଥମିବାର ନାଁ ଧରୁନି। ଜଣେ ପରେ ଜଣେ ବଲିଉଡ ଷ୍ଟାର୍‌ ବିବାହ ବନ୍ଧନରେ ବାନ୍ଧି ହୋଇ ଚାଲିଛନ୍ତି । ଏବେ ଏହି ଘଣ୍ଟି ବାଜିବା ଆରମ୍ଭ ହୋଇଛି ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ଘରେ। ଭାଇ ରାଜୀବ ସେନଙ୍କ ବିବାହ ପରେ ସୁସ୍ମିତା ବି ତାଙ୍କ ପ୍ରେମିକ ରହମାନ୍‌ ସଲ୍‌ଙ୍କୁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ରିପୋର୍ଟ ସତ ହୋଇଥାଏ ତେବେ ସୁସ୍ମିତା ଆଗାମୀ ନଭେମ୍ବରରେ ପ୍ରେମିକ ରହମନଙ୍କୁ ବିବାହ କରୁଛନ୍ତି।

India Today

ଖୁବ୍‌ ଶୀଘ୍ର ଏହି ଯୋଡ଼ି ଆନୁଷ୍ଠାନିକ ଭାବେ ସେମାନଙ୍କ ବିବାହ ଘୋଷଣା କରିପାରନ୍ତି। ନିକଟରେ ସୁସ୍ମିତାଙ୍କର ତାଙ୍କ ପ୍ରେମିକଙ୍କ ସହ ବ୍ରେକ୍‌-ଅପ୍‌ ହୋଇ ଯାଇଥିଲା ବୋଲି ଖବର ଶୁଣିବାକୁ ମିଳିଥିଲା। ମାତ୍ର ସୁସ୍ମିତା ତାଙ୍କ ନିଜ ଶୈଳୀରେ ସେହି ଖବରକୁ ଗୁଜବ ବୋଲି ପ୍ରମାଣିତ କରିଥିଲେ।

ଉଲ୍ଳେଖଯୋଗ୍ୟ, ସୁସ୍ମିତା ସେନ୍‌ଙ୍କ ପ୍ରେମ କାହାଣୀ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବୋଲି ପୂର୍ବରୁ ଅନେକ ଥର ଖବର ପ୍ରକାଶ ପାଇଛି। ତାଙ୍କ ପ୍ରେମିକଙ୍କଠାରୁ ସୁସ୍ମିତା ୧୫ ବର୍ଷ ବଡ଼। ସୁସ୍ମିତାଙ୍କୁ ୪୨ ବର୍ଷ ହୋଇଥିବା ବେଳେ ରହମନଙ୍କୁ ୨୭ ବର୍ଷ।

ସମ୍ବନ୍ଧିତ ଖବର