‘ମହିଳା ସଶକ୍ତୀକରଣ’ ବିରୋଧରେ ମତ ରଖିଲେ ଅଭିନେତ୍ରୀ ସୁସ୍ମିତା ସେନ୍‌

ମୁମ୍ବାଇ: ବହୁ ମହିଳା ସେଲିବ୍ରିଟି ‘ମହିଳା ସଶକ୍ତୀକରଣ’ କୁ ସମର୍ଥନ କରି ଅଭିଯାନ ଆରମ୍ଭ କରିଥିବା ବେଳେ ଏହି ଅଭିଯାନ ସଂପର୍କରେ ବରୁଧାତ୍ମକ ମତ ରଖିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌। ସେ‘ମହିଳା ସଶକ୍ତିକରଣ’କୁ ସମର୍ଥନ କରନ୍ତି ନାହିଁ। ତାଙ୍କ ମତରେ ‘ମହିଳା ସଶକ୍ତୀକରଣ’ ଅଭିଯାନ ଏହା ଦର୍ଶାଉଛି ଯେ ମହିଳାମାନେ ଦୁର୍ବଳ। ତାଙ୍କ ସକାଶେ ଅଭିଯାନର ଆବଶ୍ୟକତା ରହିଛି। ଏହା ବ୍ୟତୀତ ସେ ଆହୁରି ବି ମତ ରଖିଛନ୍ତି କି ‘ଏକ ସମୟ ଥଲା। ସେହି ସମୟରେ ପ୍ରତ୍ୟେକ ଲୋକ ଜଣେ ମହିଳା ସଂପର୍କରେ ଏମିତି ଭାବିବାରେ ବ୍ୟସ୍ତ ରହୁଥିଲେ ଯେ ସେ କ’ଣ କରୁଛି, ସେ କ’ଣ ପିନ୍ଧିଛି? ମାତ୍ର ମୁଁ ଖୁସି ଯେ ତାହା ଧୀରେ ଧୀରେ ପରିବର୍ତ୍ତିତ ହେବାରେ ଲାଗିଛି।’

୪୨ ବର୍ଷୀୟା ଏହି ନାୟିକା ଜଣକ ମତ ରଖିଛନ୍ତି କି ମହିଳାମାନଙ୍କ ସକାଶେ ପୃଥିବୀରେ ଧୀରେ ଧୀରେ ଏକ ଉତ୍ତମ ସ୍ଥାନ ସୃଷ୍ଟି ହେବାରେ ଲାଗିଛି। ସୁସ୍ମିତା ନିଜ ପିଲାମାନଙ୍କୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ପୂର୍ବରୁ ମହିଳାମାନଙ୍କ ପ୍ରତି ଲୋକଙ୍କ ଭାବନା ତାଙ୍କୁ ଚିନ୍ତିତ କରୁଥିଲା। ମାତ୍ର ଯୁଗ ବଦଳିବା ସଙ୍ଗେ ସଙ୍ଗେ ମହିଳାମାନେ କିପରି ଦିଶୁଛନ୍ତି ଓ କ’ଣ ପିନ୍ଧୁଛନ୍ତି ଭାବନା କମି ଆସିବାରୁ ମୁଁ ମୋ ପିଲାଙ୍କୁ ନେଇ ଆଶ୍ୱସ୍ତ।

ସମ୍ବନ୍ଧିତ ଖବର