ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ

ମୁମ୍ବାଇ : ଦୀର୍ଘ ଦିନର ଅପେକ୍ଷା ପରେ ଶେଷର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ୍‌ । ରାଜୀବ ଏବଂ ତାଙ୍କ ପ୍ରେମିକା ଚାରୁ ଅସୋପା କୋର୍ଟରେ ବିବାହ କରିଥିବା ଜଣା ପଡ଼ିଛି । ମାସେ ପୂର୍ବରୁ ସୁସ୍ମିତା ଫଟୋ ସେୟାର କରିବା ସହ ଖୁବ୍‌ ଶୀଘ୍ର ତାଙ୍କ ଭାଇ ବିବାହ କରିବେ ବୋଲି ଜଣାଇଥିଲେ । ଏବେ ରାଜୀବ ଏବଂ ଚାରୁ ଦୁହେଁ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଫଟୋ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି ।

ABP Live

ରାଜୀବ ଫଟୋ ସେୟାର କରି କ୍ୟାପ୍‌ସନରେ, ମୁଁ ରାଜୀବ ସେନ୍‌ ଚାରୁ ଅସୋପାଙ୍କୁ ମୋ ପତ୍ନୀ ଭାବେ ଗ୍ରହଣ କରୁଛି ବୋଲି ଲେଖିଥିଲେ । ଦୁହେଁ ଏବେ ସାଧା ସିଧା ଭାବରେ ବିବାହ କରିଥିବା ବେଳେ ପରେ ଭବ୍ୟ ସମାରୋହ କରି ବିବାହ ଭୋଜି ରଖିବେ ବୋଲି ଜଣା ପଡ଼ିଛି । ତେବେ ଦୁହିଁଙ୍କ ଏହି ଖୁସିର ସମୟରେ ଭଉଣୀ ସୁସ୍ମିତା ନଜର ଆସି ନଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର