ଦେଶ ପାଇଁ ମିସ୍‌ ୟୁନିଭର୍ସ ସମ୍ମାନ ପ୍ରଥମ ଥର ପାଇଁ ୧୯୯୪ ମସିହାରେ ସୁସ୍ମିତା ସେନ୍‌ ଆଣିଥିଲେ। ୧୯୯୪ ମସିହା ମେ’ ୨୧ ତାରିଖରେ ସୁସ୍ମିତା ଉକ୍ତ ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇବା ସହିତ ଉତ୍ସବ ମନାଇଛନ୍ତି। ଝିଅ ରେନି ଓ ଆଲିଶାଙ୍କ ଉପସ୍ଥିତିରେ ମଧ୍ୟାହ୍ନ ଭୋଜନ କରିବା ସହିତ ୪୭ ବର୍ଷୀୟା ସୁସ୍ମିତା ଏକ ‌କେକ୍‌ କାଟିଛନ୍ତି। କେକ୍‌ରେ ‘ହାପି ୨୯ ଇୟର୍ସ ମିସ୍ ୟୁନିଭର୍ସ’ ବାର୍ତ୍ତା ଲେଖାଯାଇଛି। ଦୁଇ ଝିଅଙ୍କ ସହିତ ମିଶି ସୁସ୍ମିତା ଖୁସିର ସହ କେକ୍‌ କାଟୁଥିବା ଦେଖିବାକୁ ମିଳିଛନ୍ତି।

Advertisment

publive-image

ଏହା ପୂର୍ବରୁ ସେ ସାମାଜିକ ଗଣମାଧ୍ୟମରେ ୨୯ ବର୍ଷ ତଳେ ଫଟୋଗ୍ରାଫର ପ୍ରବୁଦ୍ଧ ଦାସଗୁପ୍ତାଙ୍କ ଦ୍ବାରା ତାଙ୍କର ଉଠାଯାଇଥିବା ଏକ ଫଟୋ ସେୟାର କରିଛନ୍ତି। ‘ମାତୃଭୂମି ପାଇଁ ଏଭଳି ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହେବା ମୋ ପାଇଁ ସମ୍ମାନର ବିଷୟ। ୨୯ ବର୍ଷ ପରେ ଆଜି ବି ସେହିଦିନର ବିଜୟ ମୋ ଆଖିରେ ଆନନ୍ଦାଶ୍ରୁ ଆଣିଛି। ଭାରତ ଫିଲିପାଇନ୍ସର ମାନିଲାଠାରେ ପ୍ରଥମ ଥର ପାଇଁ ମିସ୍‌ ୟୁନିଭର୍ସ ସମ୍ମାନରେ ବିଜୟୀ ହୋଇଥିଲା। ଇତିହାସ ଏହାର ସାକ୍ଷୀ ରହିଛି। ସେହିଦିନକୁ ମୁଁ ଗର୍ବର ସହିତ ମନେ ପକାଇବା ସହିତ ପାଳନ କରୁଛି’ ବୋଲି ସୁସ୍ମିତା ଲେଖିଛନ୍ତି।