କୋର୍ଟରେ ବିବାହ କରିବା ପରେ ହିନ୍ଦୁ ରୀତିନୀତିରେ ବିବାହ କଲେ ରାଜୀବ-ଚାରୁ

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ନିଜ ପ୍ରେମିକା ଚାରୁ ଅସୋପାଙ୍କୁ କୋର୍ଟରେ ବିବାହ କରିଥିଲେ । ଯାହାର କିଛି ଫଟୋ ଭାଇରାଲ ହୋଇଥିଲା । ସେ ସମୟରେ ଭଉଣୀ ସୁସ୍ମିତା ଉପସ୍ଥିତ ନଥିବା ଦେଖା ଯାଇଥିଲା । ଏବେ ହିନ୍ଦୁ ରୀତିନୀତିରେ ଆନୁଷ୍ଠାନିକ ଭାବେ ଚାରୁଙ୍କୁ ରାଜୀବ ବିବାହ କରିଥିବା ବେଳେ ଭଉଣୀ ସୁସ୍ମିତା ନିଜ ପ୍ରେମିକଙ୍କ ସହ ନଜର ଆସିଛନ୍ତି । ବିବାହର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସେନ୍‌ ପରିବାରର ଖୁସି ସଫା ସଫା ଜଣା ପଡ଼ୁଛି ।

BollywoodShaadis.com

ଗୋଟେ ଭିଡିଓରେ ରାଜୀବ ଚାରୁଙ୍କ ମଥାରେ ସିନ୍ଦୁର ଭରୁଥିବା ଦେଖାଯାଇଛି । ଏହି ସମୟରେ ପଛରେ ସୁସ୍ମିତା ଠିଆ ହୋଇଥିବା ବେଳେ ସେ ଏହି ଦୃଶ୍ୟ ଦେଖି ଭାବବିହ୍ଵଳ ହୋଇ ଯାଉଥିବା ଦେଖିବାକୁ ମିଳିଛି । ତେବେ କୋର୍ଟରେ ବିବାହ ସମୟରେ ସୁସ୍ମିତା ଅନୁପସ୍ଥିତ ଥିବାରୁ ଲୋକେ ଅନେକ ଚର୍ଚ୍ଚା କରିଥିଲେ । ସୁସ୍ମିତା ଭାଇଙ୍କ ବିବାହରେ ଖୁସି ନଥିବା ନେଇ ଲୋକେ ଚର୍ଚ୍ଚା କରୁଥିବା ବେଳେ ଏବେ ବିବାହରେ ଉପସ୍ଥିତ ରହି ସମସ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି ସୁସ୍ମିତା ।

ସମ୍ବନ୍ଧିତ ଖବର