ମୁମ୍ବାଇ: ଛୁଟି କାଟିବାକୁ ସାର୍ଡିନିଆ ଯାଇ ଏକ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍। ସେ ଇନ୍ଷ୍ଟାଗ୍ରାମ୍ରେ ଭିଡିଓଟିକୁ ସେୟାର୍ କରିଥିବା ବେଳେ ସେଥିରେ ତାଙ୍କର ତଥାକଥିତ ପ୍ରେମିକ ଲଲିତ ମୋଦୀ ‘ସାର୍ଡିନିଆ ହଟ୍ ଦିଶୁଛ’ ବୋଲି କମେଣ୍ଟ୍ରେ ଲେଖିଛନ୍ତି। ସୁସ୍ମିତା ଛୋଟ ପୋଷାକ ପିନ୍ଧି ପାଣିରେ ମାଛ ପରି ପହଁରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ସୁସ୍ମିତାଙ୍କ ଏହି ଭିଡିଓରେ ଅନେକ ଲୋକ କମେଣ୍ଟ୍ ଲେଖିଥିବା ବେଳେ ପ୍ରେମିକ ଲଲିତ ମୋଦୀଙ୍କ କମେଣ୍ଟ୍ ସବୁଠାରୁ ଚର୍ଚ୍ଚା ପାଲଟିଛି।
View this post on Instagram
ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ସହ ସଂପର୍କରେ ଥିବା କଥା ବିବାଦୀୟ ବ୍ୟବସାୟୀ ତଥା ଆଇପିଏଲ୍ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଜୁଲାଇ ୧୪ ତାରିଖରେ ଘୋଷଣା କରିବା ପରେ ସୋସିଆଲ୍ ମିଡିଆରେ ଏହା ଖୁବ୍ ଜୋର୍ରେ ଟ୍ରେଣ୍ଡ୍ ହୋଇଥିଲା। ଲଲିତ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ସହ ଦୁଇଟି ଫଟୋ ସେୟାର୍ କରିବା ପରେ ସେମାନଙ୍କ ନିର୍ବନ୍ଧ ଓ ବିବାହକୁ ନେଇ ଅନେକ ଚର୍ଚ୍ଚା ଜୋର୍ ଧରିଥିଲା
ପରେ ସୁସ୍ମିତା ତାଙ୍କର ୨ ପାଳିତ ଝିଅଙ୍କ ସହ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ସେୟାର୍ କରି ନିର୍ବନ୍ଧ ଓ ବିବାହ ଖବରକୁ ଗୁଜବ ବୋଲି ଉଲ୍ଳେଖ କରିଥିଲେ। ସେ ତାଙ୍କ ଇନ୍ଷ୍ଟା ପୋଷ୍ଟ୍ରେ ଲେଖିଥିଲେ ଯେ, ‘ମୁଁ ଏକ ଖୁସି ଜାଗରେ ଅଛି। ବିବାହ ନୁହେଁ କି ମୁଦି ନୁହେଁ। ନିସର୍ତ୍ତ ଭଲପାଇବାର ଘେରରେ ଅଛି। ଯଥେଷ୍ଟ ସଫେଇ ଦେଇଦେଲି। ଏବେ ଜୀବନ ଓ କାମକୁ ଫେରିବାର ବେଳ। ମୋ ଖୁସିକୁ ସର୍ବଦା ବାଣ୍ଟୁଥିବାରୁ ଆପଣମାନଙ୍କୁ ଅନେକ ଧନ୍ୟବାଦ୍।’