ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଢେର ଦିନ ହେବ ରୋହମାନ ସାଲ୍ଙ୍କ ସହ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି। ଏବେ ଦୁହିଁଙ୍କ ବାହାଘରକୁ ନେଇ ମଧ୍ୟ ଦୁହେଁ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ବିବାହକୁ ନେଇ ଖୋଲାଖୋଲି କିଛି କହିନାହାନ୍ତି। ମାତ୍ର ନିକଟରେ ସୁସ୍ମିତାଙ୍କୁ ତାଙ୍କର ଜଣେ ପ୍ରଶଂସକ ପଚାରିଥିଲେ, ତୁମେ କେବେ ବାହା ହେଉଛ। ଏହି ପ୍ରଶ୍ନର ଜବାବରେ ସୁସ୍ମିତା ନିଜ ବୟଫ୍ରେଣ୍ଡ ରୋହମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରି ଏହାର ଉତ୍ତର ଦେବାକୁ କହିଥିଲେ। ନିକଟରେ ଯେବେ ସୁସ୍ମିତା ସେନ୍, ରୋହମାନ ଓ ଏଲିସା ଇନଷ୍ଟାଗ୍ରାମରେ ଲାଇଭ୍ ଭିଡିଓ ସେୟାର କରୁଥିଲେ ତାଙ୍କର ପ୍ରଶଂସକମାନେ ସୁସ୍ମିତାଙ୍କୁ ପ୍ରଶ୍ନ ପଚାରୁଥିଲେ। ସୁସ୍ମିତା ମଧ୍ୟ ତା’ର ଜବାବ ଦେଇ ଚାଲିଥିଲେ। ଯେବେ ଜଣେ ପ୍ରଶଂସକ ସିଧାସଳଖ ପଚାରିଲେ ଯେ ତୁମେ ରୋହମାନଙ୍କୁ କେବେ ବିବାହ କରୁଛ, ସୁସ୍ମିତା କହିଥିଲେ ରୋହମାନ ଏ ପ୍ରଶ୍ନ ତୁମ ପାଇଁ। ରୋହମାନ ମଧ୍ୟ ସୁସ୍ମିତାଙ୍କ ଆଡ଼କୁ ଚାହିଁ କହିଥିଲେ, ଯେବେ ସୁସ୍ମିତା ହଁ କରିଦେବେ ସେବେ ମୁଁ ତାଙ୍କୁ ବାହା ହେବାକୁ ପ୍ରସ୍ତୁତ ଅଛି। ରୋହମାନଙ୍କ ଏ ଉତ୍ତର ପ୍ରଶଂସକଙ୍କର ଖୁବ୍ ପସନ୍ଦ ହୋଇଥିଲା।
ରୋହମାନଙ୍କ ସହ ସୁସ୍ମିତାଙ୍କ ବାହାଘର କେବେ?
/sambad/media/post_attachments/wp-content/uploads/2020/04/rehman_sushmita-f.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)