ମୁମ୍ବାଇ: ବଲିଉଡ୍ରେ ଏବେ ଜଣାଶୁଣା ଯୋଡ଼ି ଭାବେ ସବୁଠାରୁ ଅଧିକ ଚର୍ଚ୍ଚାିରେ ଅଛନ୍ତି ସୁସ୍ମିତା ସେନ୍ ଓ ତାଙ୍କ ପ୍ରେମିକ ଲଲିତ ମୋଦୀ। ନିକଟରେ ସେମାନଙ୍କର ନିର୍ବନ୍ଧ ସରିଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁସ୍ମିତାଙ୍କ ପୂର୍ବତନ ପ୍ରେମିକ ରୋହମାନ୍ ସଲ୍। ସେ ସୁସ୍ମିତା ଏବଂ ଲଲିତଙ୍କ ସଂପର୍କକୁ ନେଇ ନିଜର ଖୁସି ପ୍ରକାଶ କରିଛନ୍ତି। ପିଙ୍କ୍ ଭିଲା.କମ୍କୁ ନିଜର ପ୍ରତିକ୍ରିୟା ଦେଇ ରୋହମାନ୍ କହିଛନ୍ତି ଯେ ‘ସେମାନଙ୍କ ପାଇଁ ଖୁସି ହୁଅନ୍ତୁ। ଭଲପାଇବ୍ ଖୁବ୍ ସୁନ୍ଦର। ମୁଁ ଖାଲି ଏତିିକି ଜାଣିଛି ଯେ ଯଦି ସେ କାହାକୁ ପସନ୍ଦ କରିଛନ୍ତି ତ ସେ ନିଶ୍ଚିତ ଭାବେ ତାଙ୍କ ପସନ୍ଦର ଯୋଗ୍ୟ ହୋଇଥିବେ।’
ଆପଣ ଜାଣିଥିବେ ନିଶ୍ଚୟ ଯେ ପ୍ରଥମେ ୨୦୧୮ ମସିହାରେ ସୁସ୍ମିତା ଓ ରୋହମାନଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା। ସେହିଦିନ ପରଠାରୁ ସେମାନେ ଦୁହେଁ ଦୁହିଁଙ୍କୁ ଡେଟିଂ କରୁଥିବା କଥା ଜଣାପଡ଼ିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ୨୦୨୧ ମସିହା ଡିସେମ୍ବର ୨୩ ତାରିଖରେ ସେମାନଙ୍କ ପ୍ରେମ ସଂପର୍କରେ ପୂର୍ଣଛେଦ ପଡ଼ିଥିବା ଖବର ହସ୍ତଗତ ହୋଇଥିଲା।
ବିବାଦୀୟ ବ୍ୟବସାୟୀ ତଥା ଆଇପିଏଲ୍ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଗତକାଲି ସୁସ୍ମିତାଙ୍କ ସହ ଦୁଇଟି ଫଟୋ ସେୟାର୍ କରିଛନ୍ତି। ସେ ଫଟୋ ସେୟାର୍ କରିବା ସହ ନୂଆ ଆରମ୍ଭ ବୋଲି ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି। ତେବେ ସେ ବିବାହ କରିିନାହାନ୍ତି ବୋଲି ମଧ୍ୟ ତାଙ୍କ ପୋଷ୍ଟ୍ରେ ସ୍ପଷ୍ଟ କରିଛନ୍ତି।
ତେବେ ସୁସ୍ମିତାଙ୍କ ହାତରେ ଥିବା ମୁଦିକୁ ଦେଖି ତାଙ୍କର ନିର୍ବନ୍ଧ ହୋଇସାରିଛି ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି। ଅଧିକାଂଶ ସ୍ଥାନରେ ସୁସ୍ମିତା ତାଙ୍କ ମୁଦିକୁ ଦେଖାଇ ଫଟୋ ଉଠାଇଛନ୍ତିି। ଏହି ମୁଦି ଳଲିତ ସୁସ୍ମିତାଙ୍କୁ ଉପହାର ଦେଇ ଥାଇପାରନ୍ତି ବୋଲି କଥା ଉଠୁଛି।