ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଓ ପ୍ରେମିକ ରୋହମନ ଶଲଙ୍କ ପ୍ରେମ ସମ୍ପର୍କ ବେଶ୍ ନିଆରା। ଏବେ ରୋହମନ ନିଜ ହାତରେ ସୁସ୍ମିତାଙ୍କ ନାମ ଅନୁସାରେ ‘ସୁସ୍’ ବୋଲି ଏକ ଟାଟୁ ଆଙ୍କିଛନ୍ତି। ଏଥିସହ ଇନ୍ଫାନାଇଟ୍ ବା ଅନନ୍ତର ଚିହ୍ନ ବି ଆଙ୍କିଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ଏହି ଟାଟୁର ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଏହା କାଳି ଅସ୍ଥାୟୀ ହୋଇପାରେ। କିନ୍ତୁ ମୋ ପ୍ରେମ ଅନନ୍ତ’। ସୁସ୍ମିତା ଓ ରୋହମନଙ୍କ ପ୍ରେମ କାହାଣୀ ବି ଭାରି ରୋଚକ। ସାମାଜିକ ଗଣମାଧ୍ୟମରେ କଥା ହୋଇ ଉଭୟ ଉଭୟଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତାଜମହଲ ସମ୍ମୁଖରେ ଉଠାଯାଇଥିବା ଏକ ଫଟୋକୁ ଇନ୍ଷ୍ଟା ଷ୍ଟୋରିରେ ପୋଷ୍ଟ୍ କରି ସୁସ୍ମିତା, ରୋହମନ୍ଙ୍କ ସହ ନିଜ ସମ୍ପର୍କର ଘୋଷଣା କରିଥିଲେ।
ରୋହମନ୍ଙ୍କ ହାତରେ ସୁସ୍ମିତାଙ୍କ ନାମର ଟାଟୁ
/sambad/media/post_attachments/wp-content/uploads/2020/12/sushia1-1606723731.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)