ଫେରୁଛନ୍ତି ‘ହେଲୋ’ର ନାୟିକା

ଭୁବନେଶ୍ୱର: ନିର୍ଦ୍ଦେଶକ ସୁଶାନ୍ତ ମଣି ଓଲିଉଡକୁ ଜଣେ ନୂଆ ନାୟିକାଙ୍କୁ ଉପହାର ଦେଇଥିଲେ । ସେ ହେଲେ ସୁଶ୍ରୀ । ଏବେ ସେ ଫେରୁଛନ୍ତି ।ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ ହେଲୋ’ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ଖୁବ୍ ଭଲ ଅଭିନୟ କରିଥିଲେ ସେ । ଏହା ପୂର୍ବରୁ ସେ ଏକ ଚାନେଲରେ ପ୍ରସାରିତ ରିଆଲିଟି ସୋ’ରେ ଅଂଶ ଗ୍ରହଣ କରି ଲୋକଲୋଚନକୁ ଆସିଥିଲେ ସୁଶ୍ରୀ । ଏଥିରେ ନବାଗତ ସାନୁଙ୍କ ବିପକ୍ଷରେ ନଜର ଆସିଥିଲେ ସୁଶ୍ରୀ।

ଏହାପରେ ସେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ ‘ ବେଷ୍ଟ୍‍ ଅଫ୍‌ ଲକ୍‌’ ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ନବାଗତ ବରଦା ପ୍ରସନ୍ନ ଜେନାଙ୍କ ବିପକ୍ଷରେ ଏଥିରେ ନାୟିକା ସାଜିଥିଲେ ସେ । ହେଲେ ଏହି ସିନେମା ଏଯାବତ୍‌ ମୁକ୍ତିଲାଭ କରିନାହିଁ । ତେବେ ସଂପ୍ରତି ସୁଶ୍ରୀ ଅନ୍ୟ ଓଡ଼ିଆ ଛବିରେ ନାୟିକା ଭୂମିକା ନିଭାଉଛନ୍ତି।ଏହି ସିନେମାର ଟାଇଟଲ ଏଯାବତ୍ ଜଣାପଡ଼ିନାହିଁ। ତେବେ ଫେବୃଆରି ମାସ ଶେଷ ସପ୍ତାହରେ ଏହି ଫିଲ୍ମର ଟାଇଟଲ୍‌ ଘୋଷଣା କରାଯିବ ବୋଲି ଜଣାଯାଇଛି ।


ଏଠାରେ ଯେଉଁ ଓଡ଼ିଆ ସିନେମା ସିନେମାର କଥା କୁହାଯାଉଛି ସେଥିରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଶୁଭମ୍‌ । ଶୁଭମ୍‌ଙ୍କୁ ଦର୍ଶକ ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପ୍ରେମର ନିଶା ନିଆରା ନିଆରା ’ରେ ଦେଖିବାକୁ ପାଇଥିଲେ ନାୟକ ଭୂମିକାରେ , ଯେଉଁଥିରେ ଶୁଭମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ଜଣାଶୁଣା ଅଭିନେତ୍ରୀ ଜୀନା ସାମଲ । ହେଲେ ଶୁଭମ୍‌ଙ୍କ ଦ୍ୱିତୀୟ ସିନେମାରେ ତାଙ୍କ ବିପକ୍ଷରେ ନଜର ଆସିବେ ଜଣେ ନୁହେଁ, ବରଂ ଦୁଇ ଦୁଇ ଜଣ ନାୟିକା । ଏ ଦୁହିଁଙ୍କ ଭିତରୁ ଜଣେ ହେଲେ ସୁଶ୍ରୀ। ଏହା ଏକ ପ୍ରେମ ତ୍ରକୋଣଧର୍ମୀ ସିନେମା। ଏହା ହେବ ଶୁଭମ୍-ସୁଶ୍ରୀ ଯୋଡିଙ୍କର ପ୍ରଥମ ସିନେମା

ସମ୍ବନ୍ଧିତ ଖବର