ସୁସ୍ମିତାଙ୍କ ସପକ୍ଷରେ ବାହାରିଲେ ବିକ୍ରମ୍ ଭଟ୍ଟ; କହିଲେ ସେ କେବେ ବି ହୋଇପାରିବେ ନାହିଁ ‘ଗୋଲ୍ଡ ଡିଗର’

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ । ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ତଥା ବ୍ୟବସାୟୀ ଲଳିତ ମୋଦୀଙ୍କ ସହ ନିଜ ସମ୍ପର୍କକୁ ନେଇ ସୁସ୍ମିତାଙ୍କୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲ୍ କରାଯାଉଥିବା ବେଳେ ତାଙ୍କୁ ଲୋକେ ‘ଗୋଲ୍ଡ ଡିଗର’ ବୋଲି  କହୁଛନ୍ତି । ଏହି ଆକ୍ଷେପମୂଳକ ଶବ୍ଦର ଅର୍ଥ ହେଲା ଟଙ୍କା ଲୋଭରେ ଜଣେ ଧନୀବ୍ୟକ୍ତିକୁ ବିବାହ କରୁଥିବା ମହିଳା। ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବା ପରେ  ବଲିଉଡର ସେଲିବ୍ରିଟିମାନେ ସୁସ୍ମିତା ସେନଙ୍କ ସମର୍ଥନରେ ଛିଡା ହୋଇଛନ୍ତି।

ସୁସ୍ମିତାଙ୍କ ପୂର୍ବତନ ପ୍ରେମିକ ତଥା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।  ବିକ୍ରମ ଭଟ୍ଟ ଏବଂ ସୁସ୍ମିତା ସେନ୍ ଏକ ସମୟରେ ପରସ୍ପରକୁ ଡେଟ କରୁଥିଲେ। ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ଏକ ସାକ୍ଷାତକାରରେ ବିକ୍ରମ ଭଟ୍ଟ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯେଉଁମାନେ ସୁସ୍ମିତା ସେନଙ୍କୁ ‘ଗୋଲ୍ଡ ଡିଗର’ ବୋଲି କହୁଛନ୍ତି ସେମାନେ ସୁସ୍ମିତାଙ୍କୁ ଜାଣିନାହାନ୍ତି । ସୁସ୍ମିତା ଜଣେ ଗୋଲ୍ଡ ଡିଗର ନୁହଁନ୍ତି, ବରଂ ସେ ଜଣେ ପ୍ରେମ ପାଗଳୀ ।

Business Recorder

ବିକ୍ରମ ଭଟ୍ଟ କହିଛନ୍ତି ଯେ, ମ‌ୋ ଜାରଇବାରେ ସୁସ୍ମିତା କଦାଚିତ୍  ଟଙ୍କା ପାଇଁ କାହା ସହ ସମ୍ପର୍କ ସ୍ଥାପନ କରିବେ ନାହିଁ । ମୁଁ ଯେତେବେଳେ ଫିଲ୍ମ ‘ଗୁଲାମ’ର ନିର୍ଦ୍ଦେଶନା ଦେଉଥିଲି ସେତେବେଳେ ମୋ ପାଖରେ ବେଶୀ କିଛି ଟଙ୍କା ନଥିଲା। ସେତେବେଳେ ସୁସ୍ମିତା ହିଁ ମୋତେ ସାହାଯ୍ୟ କରିଥିଲେ। ସୁସ୍ମିତା ହେଉଛନ୍ତି ସେହି ମହିଳା ଯିଏକି ମୋତେ ଆମେରିକା ନେଇ ଯାଇଥିଲେ ଏବଂ ଯାତ୍ରାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।  ଯେତେବେଳେ ଆମେ ଲସ୍ ଏଞ୍ଜେଲସରେ ପହଞ୍ଚିଲୁ ସେଠାରେ ଏକ ଲିମୋସିନ୍ କାର ଆମକୁ ଅପେକ୍ଷା କରି ରହିଥିଲା।  ମୁଁ ଆଶ୍ଚର୍ଯ୍ୟ ହେଇଯାଇଥିଲି। ସେତେବେଳେ ସୁସ୍ମିତା କହିଥିଲେ ଯେ, ସେ ଆମେରିକାରେ ମୋର ଭ୍ରମଣକୁ ସ୍ପେଶାଲ କରିବାକୁ ଚାହୁଁଛନ୍ତି।

ବିକ୍ରମ ଭଟ୍ଟ ସୁସ୍ମିତାଙ୍କୁ ସମର୍ଥନ ଜଣାଇ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାବୁଛି ଲୋକଙ୍କ ଜୀବନକୁ ପରିହାସ କରିବା ଏବେ ଏକ ମନୋରଞ୍ଜନ ପାଲଟିଯାଇଛି। କରୀନା ଯେତେବେଳେ ସୈଫଙ୍କୁ ବିବାହ କରିଥିଲେ ସେତେବେଳେ ତାଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା । ଯଦି ଆପଣ ଜଣେ ସେଲିବ୍ରିଟି ଅଟନ୍ତି ଏବଂ ଯଦି ଆପଣଙ୍କର କୌଣସି ନିଷ୍ପତ୍ତି ଲୋକଙ୍କୁ ମଜାଳିଆ ଲାଗେ, ତେବେ ସେମାନେ ଆପଣଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରନ୍ତି ।

ସୂଚନାଯୋଗ୍ୟ,  ବିକ୍ରମ ଭଟ୍ଟ ଏବଂ ସୁସ୍ମିତା ସେନ ପ୍ରାୟ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିଲେ। ୧୯୯୬ ମସିହା ପରେ ଦୁହେଁ ଅଲଗା ହେଇଯାଇଥିଲେ । ସାକ୍ଷାତକାରରେ ବିକ୍ରମ ଭଟ୍ଟ କହିଥିଲେ କି ବର୍ତମାନ ସେ ସୁସ୍ମିତାଙ୍କ ସହ କଥାବାର୍ତା କରନ୍ତି ନାହିଁ । ଶେଷ ଥର ପାଇଁ ସେ ୨୦୦୭ ମସିହାରେ ସୁସ୍ମିତାଙ୍କ ସହ କଥା ହେଇଥିଲେ । କିନ୍ତୁ ତାଙ୍କ ପ୍ରତି ସେ ସବୁବେଳେ କୃତଜ୍ଞ ହୋଇ ରହିବେ । ସୁସ୍ମିତା ଯେପରି ମୋତେ ସାହାଯ୍ୟ କରିଛନ୍ତି କେହି କେବେ କରି ନଥିଲେ ଏବଂ ମୁଁ ତାଙ୍କ ପାଇଁ ସର୍ବଦା ଛିଡାହେବି ।

ସମ୍ବନ୍ଧିତ ଖବର