ବଲିଉଡ୍‌ର ଲୋକପ୍ରିୟ ବ୍ୟାନର ଟାଇମ୍ସ ଅଡିଓରେ ମୁକ୍ତିଲାଭ କରିଛି ହିନ୍ଦୀ ମ୍ୟୁଜିକ ଭିଡିଓ ‘ଦିଲ୍‌ ନା ଲଗେ..’। ଏହାର ସୁଟିଂ ଓଡିଶାରେ ହୋଇଥିବା ବେଳେ ଏଥିରେ ଓଡ଼ିଆ ଅଭିନେତା ରାକେଶ ଦେଓ  ଓ ଅଭିନେତ୍ରୀ ସ୍ୱପ୍ନା ପତି ଅଭିନୟ କରିଛନ୍ତି। କେବଳ ସେତିକି ନୁହେଁ, ଏହାର ନିର୍ଦ୍ଦେଶକ ଓ ପ୍ରଯୋଜକ ମଧ୍ୟ ଓଡ଼ିଆ। ସଂଗୀତ ନିର୍ଦ୍ଦେଶକ ସୁଦୀପ ଜେନାଙ୍କ ସ୍ବରାରୋପିତ ଗୀତରେ ହିନ୍ଦୀ ଚଳଚ୍ଚିତ୍ରର ଜଣାଶୁଣା ଗାୟିକା ପ୍ରତୀକ୍ଷା ବଶିଷ୍ଠ କଣ୍ଠଦାନ କରିଛନ୍ତି। ବଲିଉଡ୍‌ରେ ଅବସ୍ଥାପିତ ଓଡ଼ିଆ ପ୍ରଯୋଜକ ରାଜେଶ କୁମାର ମହାନ୍ତିଙ୍କ ଦ୍ବାରା ପ୍ରସ୍ତୁତ ଏସଆର ଏଣ୍ଟରପ୍ରାଇଜର୍ସ ଓ ଟାଇମ୍ସ ଅଡିଓ ନିବେଦିତ ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଓ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ସଞ୍ଜୟ କୁମାର ସାହୁ ଏବଂ ଦୃଶ୍ୟଗ୍ରହଣ କରିଛନ୍ତି ଅଜିତ ଦାସ।