ହିନ୍ଦୁ ହୋଇ ଲଜ୍ଜିତ ଅନୁଭବ କରୁଛି: ସ୍ଵରା ଭାସ୍କର

ନୂଆଦିଲ୍ଲୀ: ହିନ୍ଦୁ ହୋଇ ନିଜକୁ ଲଜ୍ଜିତ ଅନୁଭବ କରୁଛି | କିଛି ଏଭଳି ଟ୍ୱିଟ କରି ଏବେ ଟ୍ରୋଲର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର | ସ୍ୱରା ଭାସ୍କର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟ କରି କହିଛନ୍ତି ଯେ ମୁଁ ଜଣେ ହିନ୍ଦୁ ହୋଇଥିବାରୁ ଲଜ୍ଜିତ ଅନୁଭବ କରୁଛି । ସ୍ୱରା ଭାସ୍କର ଯେଉଁ ଭାଇରାଲ୍ ଭିଡିଓକୁ ରିଟ୍ୱିଟ କରିଛନ୍ତି ସେଥିରେ କିଛି ଲୋକ ନମାଜ ପଢୁଥିବାର ନଜର ଆସିଛନ୍ତି ଏବଂ ସୁରକ୍ଷାକର୍ମୀ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି।

ସେଠାରେ କିଛି ଲୋକଙ୍କ ଭିଡ ଅଛି ଓ ଲୋକମାନେ ‘ ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଉଛନ୍ତି। ଏହି ଭିଡିଓକୁ ରିଟ୍ୱିଟ କରିବାବେଳେ ନିଜକୁ ହିନ୍ଦୁ ହୋଇଥିବାରୁ ଲଜ୍ଜିତ ବୋଲି କହିବା ସ୍ୱରା ଭାସ୍କରଙ୍କ ପାଇଁ ସମସ୍ୟାର କାରଣ ହୋଇଛି। ତାଙ୍କୁ ସୋସିଆଲ ମିଡିଆରେ ତୀବ୍ର ଟ୍ରୋଲ କରାଯାଉଛି ଏବଂ ଲୋକମାନେ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି କହୁଛନ୍ତି। ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଯେ ‘ମୋତେ ଲଜ୍ଜ୍ୟା ଲାଗୁଛି ଯେ ସ୍ୱରା ଭାସ୍କର ନିଜକୁ ହିନ୍ଦୁ ବୋଲି କହୁଛନ୍ତି।’


ସେହିଭଳି ଅନ୍ୟ ଲୋକମାନେ ମଧ୍ୟ ସ୍ୱରା ଭାସ୍କରଙ୍କୁ ଟାର୍ଗେଟ କରିଛନ୍ତି | ସୂଚନା ଥାଉ କି କୃଷକ ଆନ୍ଦୋଳନ ହେଉ କିମ୍ବା ସିଏଏଏକୁ ବିରୋଧ କରିବା ହେଉ, ସ୍ୱରା ପ୍ରତ୍ୟେକ ପ୍ରସଙ୍ଗରେ ଖୁଲମଖୁଲା ପ୍ରତିକ୍ରିୟା ଦେଇଥାନ୍ତି।

ସମ୍ବନ୍ଧିତ ଖବର