ମୁମ୍ବାଇ: ନିଜର ସରଳ ସ୍ୱଭାବ ପାଇଁ ପରିଚିତ ଥିବା ବଲିଉଡ କଳାକାର ସ୍ୱରା ଭାସ୍କର ଦେଇଛନ୍ତି ଏକ ବିବାଦୀୟ ବୟାନ । କାଷ୍ଟିଙ୍ଗ୍ କାଉଚ୍ ଉପରେ ନିଜର ବୟାନ ରଖି ସ୍ୱରା ଏବେ ଚର୍ଚ୍ଚାର ପରିସରରେ ରହିଛନ୍ତି। ଗତ କିଛି ଦିନ ପୂର୍ବରୁ ହଲିଉଡ୍ ପ୍ରଯୋଜକ ହାର୍ଭେ ଉଇନ୍ଷ୍ଠେନ୍ସଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ହୋଇଥିବାର ଖବର ମିଳିଥିଲା।
ଏହି ପ୍ରସଙ୍ଗ ଉପରେ ସ୍ୱରା ନିଜର ମତ ରଖି କହିଥିଲେ, କେବଳ ହଲିଉଡରେ ନୁହେଁ ବଲିଉଡ଼ରେ ମଧ୍ୟ କାଷ୍ଟିଙ୍ଗ କାଉଚ୍ ଚାଲିଛି । ଏପରି ଘଟଣା ମୋ ସହିତ ବି ଘଟିଛି, ଅର୍ଥାତ ମୁଁ ବି ହୋଇଛି କାଷ୍ଟିଙ୍ଗ କାଉଚ୍ର ଶିକାର ହୋଇଛି। ବଲିଉଡରେ କ୍ୟାରିୟର କରିବା ଏତେ ସହଜ ନୁହେଁ । ମୁଁ ଯେତେବେଳେ ନିଜର କ୍ୟାରୟର ଆରମ୍ଭ କଲି ମୋର କେହି ଗଡ଼୍ଫାଦର ନଥିଲେ । ଏ ଲାଇନ୍ରେ ଗଡ଼୍ଫାଦର ବିନା କ୍ୟାରିୟର କରିବା ବହୁତ କଷ୍ଟ ଓ ସଂଘର୍ଷମୟ । ପ୍ରଥମେ ପ୍ରଥମେ ଫିଲ୍ମ କରିବା ପାଇଁ ମୋତେ କାଷ୍ଟିଙ୍ଗ୍ କାଉଚ୍ର ଶିକାର ହେବାକୁ ପଡ଼ିିଥିବାରୁ, କିଛି ଫିଲ୍ମ ମୁଁ ଏଥିପାଇଁ ହାତଛଡ଼ା ମଧ୍ୟ କରି ଦେଇଥିଲି। ମୋର ଏଭଳି ସ୍ୱଭାବ ଦେଖ ଧୀରେ ଧୀରେ କିଛି ନିର୍ଦ୍ଦେଶକମାନେ ମୋ ମେସେଜ୍ର ରିପ୍ଲାଏ ଦେବା ବନ୍ଦ କରିଦେଇଥିଲେ ।
କେବଳ ଏତିକି ନୁହେଁ, ଇଣ୍ଡଷ୍ଟ୍ରିରେ ନୂତନ ଭାବେ ପ୍ରବେଶ କରିଥାଏ, ଗୋଟେ ଫିଲ୍ମର ସୁଟିଂ ପାଇଁ ମୋତେ ଦୂରସ୍ଥାନକୁ ଯିବାକୁ ପଡ଼ିଥିଲା । ଏହି ସମୟରେ ନିର୍ଦ୍ଦେଶକ ଜଣକ ମୋତେ ମେସେଜ୍ କରି ହଇରାଣ କରିବା ସହିତ ରାତ୍ରୀ ଭୋଜନ ପାଇଁ ଡାକି ଥିଲେ । ସବୁ ବେଳେ ଦିନରେ ମୋର ପିଛା କରୁଥିବା ବେଳେ ରାତିରେ ଫୋନ କରି ଧମକଚମକ ଦେଇ ଡରାଉ ଥିଲେ । କିଛି ଦିନ ପରେ ଫିଲ୍ମ ବିଷୟରେ ଆଲୋଚନା କରିବା କହି ମୋତେ ତାଙ୍କ ହୋଟେଲକୁ ନେଇ ଯାଇଥିଲା । ପ୍ରଥମ କିଛିଦିନ ସେ ମୋତେ ଭଲ ପାଇବା ସହିତ ମୋ ସହ ଶାରୀରିକ ସଂପର୍କ ରଖିବାକୁ ଚାହାନ୍ତି ବୋଲି କହିଥିଲେ । ତାଙ୍କ ପ୍ରସ୍ତାବରେ ମୁଁ ରାଜି ନ ହେବାରୁ ଦିନେ ରାତିରେ ନିଶା ସେବନ କରି ମୁଁ ରହୁଥିବା ସ୍ଥାନରେ ଆକସ୍ମିକ ଭାବେ ଆସି ପହଞ୍ଚି ଯାଇଥିଲେ, ତାଙ୍କୁ ଦେଖି ମୁଁ ବହୁ ଡରି ଯାଇଥିଲି, ଯାହାକି ମୋ ପାଇଁ ବହୁତ ଭୟାନକ ଥିଲା । ମୁଁ ଶୋଇପଡ଼ିଥିବି ଭାବି ସେ ଚାଲି ଯାଅନ୍ତୁ ସେଥିପାଇଁ ମୁଁ ମୋ ଘରର ଲାଇଟ୍ ବନ୍ଦ କରି ଦେଇଥିଲି” ।
ମୁଁ ତାଙ୍କୁ କହିଥିଲି ଯଦି ଏମିତି ଚାଲେ ତା’ ହେଲେ ମୁଁ ମୋ କାମରେ ଧ୍ୟାନ ଦେଇ ପାରିବି ନାହିଁ ବୋଲି କହିଥିଲି। ଏହା ଶୁଣି ସେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ମୋତେ ହଇରାଣ କରିବା ଛାଡ଼ି ଦେଇଥିଲେ, କିନ୍ତୁ ୨ ସପ୍ତାହ ପରେ ସେ ପୁଣି ତାଙ୍କ ପୂର୍ବ ଅବସ୍ଥାକୁ ଫେରି ଆସିଥିଲେ । ଶେଷରେ ମୁଁ ସହ-ପ୍ରଯୋଜକଙ୍କ ସହ କଥା ହୋଇଥିଲି ଏବଂ ଯେମିତି ଆଗକୁ ଏପରି ନ ହୁଏ ତାଙ୍କୁ ଚେତାବନୀ ଦେଇଥିଲି ।”
ଶେଷରେ ସେ ଏହି ଲାଇନ୍କୁ ଆସୁଥିବା କଳାକାରମାନଙ୍କୁ ଉପଦେଶ ଦେଇ କହିଥିଲେ, “ଏଭଳି ପରିସ୍ଥିତିରେ ହାର ମାନିବା ଛାଡ଼ି ଲଢ଼ିବା ଦରକାର । ଯଦି ଆପଣଙ୍କୁ ଫିଲ୍ମ ଦେବା ନାଁ ରେ ଏଭଳି କିଛି କରିବାକୁ କୁହାଯାଉଛି ତେବେ ଫିଲ୍ମଟିକୁ ଛାଡ଼ି ଦେବା ହିଁ ଭଲ । କାରଣ ଏଭଳି କରି ଲାଞ୍ଚ ଦେବା ସହ ସମାନ । ଆପଣମାନଙ୍କ ଭଳି ସାଧାରଣ ଲୋକେ ସେମାନଙ୍କୁ ଯେତେ ଦେଉଥିବ ସେମାନେ ସେତେ ମାଗି ଚାଲିଥିବେ” ।