ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ଶୁକ୍ରବାର ନିଜ ସହ ଘଟିଥିବା ଏକ ଅପ୍ରୀତିକର ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । କିଛି ବର୍ଷ ତଳେ ଜଣେ ନିର୍ଦ୍ଦେଶକ ତାଙ୍କର ଯୌନ ଶୋଷଣ କରିଥିବା କଥା ସେ କହିଛନ୍ତି । କିନ୍ତୁ ଯୌନ ଶୋଷଣର ଶିକାର ହେବା ସମୟରେ ଯୌନ ଶୋଷଣ କାହାକୁ କୁହନ୍ତି, ସେ ବିଷୟରେ ସ୍ୱରା ଜାଣି ନଥିଲେ । ତାଙ୍କୁ ସେ ବିଷୟରେ ଜାଣିବା ପାଇଁ ୩ବର୍ଷ ଲାଗିଥିଲା । ୩ବର୍ଷ ପରେ ଏ ନେଇ ଏକ ପ୍ୟାନେଲ ଆଲୋଚନା ଚାଲୁଥିବା ବେଳେ ସେ ଯୌନ ଶୋଷଣ କ’ଣ ତାହା ଜାଣିଥିଲେ । ଅର୍ଥ ବୁଝିବା ପରେ ୩ବର୍ଷ ତଳେ ତାଙ୍କ ସହ ନିର୍ଦ୍ଦେଶକ ଜଣଙ୍କ ଯୌନ ଶୋଷଣ କରିଥିଲେ ବୋଲି ସେ ବୁଝି ପାରିଥିଲେ ବୋଲି କହିଛନ୍ତି । ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଦିୟା ମିର୍ଜାଙ୍କ ସହ ଯୋଗ ଦେଇ ସ୍ୱରା ଏ ବିଷୟରେ ଜଣାଇଥିଲେ ।
/sambad/media/post_attachments/wp-content/uploads/2019/01/download-1-51.jpg)
ତାଙ୍କ କହିବା ଅନୁଯାୟୀ, ଯୁବତୀମାନଙ୍କ ଯୌନ ଉତ୍ପୀଡ଼ନର ବ୍ୟବହାରକୁ ଜାଣିବା ପାଇଁ କୌଣସି ଶିକ୍ଷା ଦିଆଯାଉ ନାହିଁ । ଯାହା ପାଇଁ ସେମାନଙ୍କ ସହ ଅସଦାଚରଣ ହେଲେ ମଧ୍ୟ ସେମାନେ ଜାଣି ପାରନ୍ତି ନାହିଁ । କେବଳ ଫିଲ୍ମରେ ନୁହେଁ, ଅନ୍ୟ ପେଶାମାନଙ୍କରେ ମଧ୍ୟ ମହିଳାମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ନିଜ ସହ ହେଉଥିବା ଅସଦାଚରଣକୁ ଜାଣିବା ଏବଂ ବୁଝିବା ସହ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଦରକାର ବୋଲି କହିଛନ୍ତି ସ୍ୱରା ।