ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି ସ୍ୱରା ଭାସ୍କର, ନିଜଠୁ ୭ବର୍ଷ ବଡ଼ ନ୍ୟାସ୍‌ନାଲ ଆଓ୍ଵାର୍ଡ଼ ବିଜେତା ଲେଖକଙ୍କୁ କରୁଛନ୍ତି ଡ଼େଟ୍‌

ମୁମ୍ବାଇ: ‘ବିରେ ଦି େଓ୍ଵଡ଼ିଙ୍ଗ’ ଫିଲ୍ମ ଏବେ ଚର୍ଚ୍ଚା ରହିଥିବା ବେଳେ ଫିଲ୍ମରେ ସ୍ୱରାଙ୍କ ଚରିତ୍ରକୁ ନେଇ କିଛି ଦିନ ତଳେ ବିବାଦ ଆରମ୍ଭ ହୋଇଥିଲା । ଫିଲ୍ମରେ ଥିବା ଗୋଟେ ଦୃଶ୍ୟ ପାଇଁ ସ୍ୱରାଙ୍କୁ ସମାଲୋଚନା କରାଯାଇଥିଲା । କିଛି ଦିନ ଧରି ଫିଲ୍ମର ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଥିବା ସ୍ୱରା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ଲାଇମ୍‌ ଲାଇଟ୍‌ରୁ ଦୂରରେ ରଖୁଥିବା ସ୍ୱରା କାହାକୁ ଡ଼େଟ୍‌ କରୁଛନ୍ତି ସେ ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

bhaskar.com

ନିଜଠୁ ୭ବର୍ଷ ବଡ଼ ନ୍ୟାସ୍‌ନାଲ ଆଓ୍ଵାର୍ଡ଼ ବିଜେତା ସ୍କ୍ରିନ୍‌ପ୍ଲେ ଲେଖକ ହିମାଂଶୁ ଶର୍ମାଙ୍କୁ ସ୍ୱରା ଡ଼େଟ୍‌ କରୁଛନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ୪ବର୍ଷ ହେବ ହିମାଂଶୁଙ୍କ ସହ ପ୍ରେମ ସଂପର୍କରେ ଥିବା ସ୍ୱରା ଖୁବ୍‌ ଶୀଘ୍ର ତାଙ୍କୁ ବିବାହ କରିବେ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ସ୍ୱରା ହିମାଂଶୁଙ୍କୁ ‘ରାନ୍‌ଝଣା’ ଫିଲ୍ମର ସୁଟିଂ ସମୟରେ ଭେଟିଥିଲେ । ରାନ୍‌ଝଣା ଫିଲ୍ମର ସୁଟିଂ ସେଟ୍‌ରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହେବା ପରେ ଫିଲ୍ମ ‘ତନୁ େଓ୍ଵଡ଼୍‍ସ ମନୁ ରିଟର୍ନସ୍‌’ ସୁଟିଂ ସେଟ୍‌ରେ ନିକଟତର ହୋଇଥିଲେ ଏବଂ ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଦୁଇ ଜଣ ସର୍ବ ସମ୍ମୁଖରେ ପ୍ରେମ ସଂପର୍କ ଥିବା ସ୍ୱୀକାର କରିବା ସହ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର