ପଣ୍ଡିତ ଜବାହାର ଲାଲ୍‌ ନେହେରୁ କେଉଁଠାରୁ ନିର୍ବାଚନ ଲଢ଼ୁଛନ୍ତି? ଜାଣନ୍ତୁ କ’ଣ ପାଇଁ ଏଭଳି ଅଜବ ପ୍ରଶ୍ନ ପଚାରିଲେ ସ୍ୱରା ଭାସ୍କର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ବେଳେ ଅନେକ ବିଷୟକୁ ନେଇ ନିଜର ଟିପ୍ପଣୀ ଦେଇଥାନ୍ତି । କୌଣସି ବିଷୟରେ କହିବାକୁ ସେ ପଛଘୁଞ୍ଚା ଦେଉ ନଥିବା ବେଳେ ତାଙ୍କର ଏଭଳି ଅନ୍ଦାଜ ଅନେକ ସମୟରେ ତାଙ୍କୁ ବିବାଦୀୟ ଏବଂ ଚର୍ଚ୍ଚିତ ମଧ୍ୟ କରିଥାଏ । ଏବେ ପୁଣି ସେ ଦିବଂଗତ ପଣ୍ଡିତ ଜବହାରଲାଲ ନେହେରୁଙ୍କୁ ନେଇ ଯେଉଁ ଟୁଇଟ୍‌ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଦେଖି ଏକ ଟୁଇଟ୍‌ କରିଥିଲେ ।

ଯେଉଁଥିରେ ଲେଖିଥିଲେ, ଲୋକସଭା ନିର୍ବାଚନ ୨୦୧୯ରେ ପଣ୍ଡିତ ଜବାହାରଲାଲ ନେହେରୁ କେଉଁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ବୋଲି ପଚାରିଥିଲେ । ଏହା ସହ ତାଙ୍କ ବିଷୟରେ ୫ବର୍ଷ ମଧ୍ୟରେ ଅନେକ କିଛି ଶୁଣିଲି । ମୋତେ ଲାଗୁଛି, ମୁଁ ତାଙ୍କୁ ହିଁ ଭୋଟ ଦେବି ବୋଲି ଲେଖିଥିଲେ । ଏଭଳି ଟୁଇଟ୍‌ କରି ସେ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ସମାଲୋଚନା କରିଛନ୍ତି । ୫ବର୍ଷ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନାଁ ନେଇଥିବା ଦେଖି ସ୍ୱରା ତାଙ୍କୁ ହିଁ ଭୋଟ ଦେବେ ବୋଲି କହି ଟୁଇଟ୍‌ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର