‘ଲୈଲା ଓ ଲୈଲା’ ଯୋଡି ଫେରିଲେ ଓଲିଉଡକୁ

ଭୁବନେଶ୍ୱର: ସାର୍ଥକ ମ୍ୟୁଜିକ୍‌ର ୨୪ ତମ ଓଡ଼ିଆ ଚଳଚ୍ଚିତ୍ର ହେଲା ‘ଲଭ୍‌ ଏକ୍ସପ୍ରେସ୍‌’। ଏହି ସିନେମା ଜରିଆରେ ଓଲିଉଡକୁ ଫେରିଲେ ଏକ ଯୋଡ଼ି। ଏହି ଯୋଡି ହେଲେ ସ୍ୱରାଜ-ସନମୀରା। ଓଲିଉଡର ଏହି ଟିନ୍‌ ଏଜର୍‌ ଯୋଡି ସ୍ୱରାଜ-ସନମୀରାଙ୍କର ପ୍ରଥମ ସିନେମା ହେଲା ‘ଲୈଲା ଓ ଲୈଲା’। ଏହି ଯୋଡ଼ିକୁ ପରଦାକୁ ଆଣିଥିଲେ ସାର୍ଥକ ମ୍ୟୁଜିକ୍‌।
‘ଲୈଲା ଓ ଲୈଲା’ ରେ ସ୍ୱରାଜ୍‌-ସନମୀରାଙ୍କ ଯୋଡ଼ି ଜମିଯାଇଥିଲା। ଏଥିରେ ଥିବା ଦୁଇଟି ଗୀତ ଏହି ଯୋଡିକୁ ଅଧିକ ଲୋକପ୍ରିୟ କରିଥିଲା। ଏହି ଦୁଇ ଗୀତ ହେଲା-ସୁକୁଟି ସାହୁ ଆଂଜେଲ୍‌ ପ୍ରିୟା.. ଓ ଫାର୍ଷ୍ଟ ଟାଇମ୍‌ ଗୋଟେ ଝିଅ..।
‘ଳୈଲା ଓ ଲୈଲା’ ପରେ ପୁଣି ଏହି ସ୍ୱରାଜ୍‌-ସନମୀରା ଯୋଡ଼ି ଆସୁଛନ୍ତି ଏକ ନୂଆ ସିନେମାରେ। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଲଭ୍‌-ଏକ୍ସପ୍ରେସ’। ସିଦ୍ଧାର୍ଥ ଟିଭି ନିବେଦିତ ତଥା ସାର୍ଥକ ମ୍ୟୁଜିକ ନିବେଦିତ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରଓ୍ଵାଲ।ଏହି ସିନେମାର ଓଲିଉଡର ଦୁଇ ଲୋକପ୍ରିୟ ଅଭିନେତା ବବି ମିଶ୍ର ଓ ପିଣ୍ଟୁ ନନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିବ।


ଏହି ସିନେମାରେ କାହାଣୀକାର ହେଲେ ସିଦ୍ଧାର୍ଥ। ସଂଳାପ ଲେଖିଛନ୍ତି ଡ଼.ନିର୍ମଳ ନାୟକ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ଏହା ଆଗରୁ ରମେଶ ଚାନ୍ଦ ନା ତୁମେ ତାରା, ଗଡ଼ଫାଦର, କାବୁଲା ବାରବୁଲା ଓ ‘ଟୋକାଟା ଫସିଗଲା’ ଆଦି ସିନେମାରେ ନିର୍ଦ୍ଦେଶନା ଦେଇଥିଲେ। ବୈଦ୍ୟନାଥ ଦାସ ଏହାର ସଂଗୀତ ନିର୍ଦ୍ଦେଶକ।
ସ୍ୱରାଜ-ସନମୀରା ଯୋଡ଼ିଙ୍କ ପ୍ରଥମ ସିନେମା ଭଲ ଚାଲି ନଥିବା ବେଲେଳ ଦ୍ୱିତୀୟ ଥର କ’ଣ ଘଟୁଛି ,ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର