ଓଲିଉଡ୍ର ଜଣାଶୁଣା ନାୟକ ସ୍ବରାଜଙ୍କୁ ମିଳିଛି ଆଉ ଏକ ସିନେମା। ‘ସ୍ବାଗ୍ ରାଜା’ ଶୀର୍ଷକ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ତାଙ୍କ ବିପକ୍ଷରେ ନାୟିକା ହେବେ ସ୍ୱପ୍ନା ପ୍ରିୟଦର୍ଶିନୀ। ଏହା ହେବ ସ୍ବରାଜ-ସ୍ୱପ୍ନା ପ୍ରିୟଦର୍ଶିନୀ ଯୋଡ଼ିର ପ୍ରଥମ ସିନେମା। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହାର ନିର୍ଦ୍ଦେଶନା ଦେଉଛନ୍ତି ବାବୁସାନ୍ଙ୍କ ଅଭିନୀତ ‘ବୋଉ ବୁଟୁ ଭୂତ’ ଫେମ୍ ଜଗଦୀଶ ମିଶ୍ର। ଅମିତ କୁମାର ଦାଶ ଓ ପ୍ରଣବପ୍ରସନ୍ନ ରଥ ଏହାର ସ୍କ୍ରିପ୍ଟ ଲେଖିଛନ୍ତି। ଏହାର ଅନ୍ୟାନ୍ୟ କଳାକାରମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା ଓ କେ କେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ସ୍ବାଗ୍ ରାଜା’ର ସୁଟିଂ ନିକଟରେ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ଶିଶୁ କଳାକାରରୁ ନାୟକ ଭାବେ ସ୍ବୀକୃତି ପାଇଥିବା ସ୍ବରାଜ ‘ତୁ ମୋ ଲଭ୍ ଷ୍ଟୋରି’ (୨୦୧୭) ଜରିଆରେ ନାୟକ ଭୂମିକାରେ ପଦାର୍ପଣ କରିଥିଲେ। ତା’ପରେ ସେ ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ୍’, ‘ତୁ ମୋ ଲଭ୍ ଷ୍ଟୋରି୨’, ‘ଦିସ ଇଜ୍ ସବୁ ମାୟାରେ ବାୟା’, ‘ଓୟେ ଅଞ୍ଜଳି’, ‘ପ୍ରଥା’, ‘ଦିଲ୍ ମୋର ମାନେନା’, ‘ଚୁମ୍କି ସେତ ପାଣିରେ ବୁଡ଼ିବ ନାହିଁକି’, ‘ଟିକେ ଟିକେ ଅଚିହ୍ନା ତୁ’ ଓ ‘ଖୋକା ଭାଇ ତମ ପାଇଁ’ ଆଦି ସିନେମାରେ ନଜର ଆସିଛନ୍ତି। ତେଣେ ସ୍ୱପ୍ନା ପ୍ରିୟଦର୍ଶିନୀ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଲଭ୍ ଇନ୍ ଲଣ୍ଡନ୍’ରେ ଅନୁଭବଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳି ନଥିଲା।
ପ୍ରଥମ ଥର ସ୍ବରାଜ-ସ୍ୱପ୍ନା ଯୋଡ଼ି
ଓଲିଉଡ୍ର ଜଣାଶୁଣା ନାୟକ ସ୍ବରାଜଙ୍କୁ ମିଳିଛି ଆଉ ଏକ ସିନେମା। ‘ସ୍ବାଗ୍ ରାଜା’ ଶୀର୍ଷକ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ତାଙ୍କ ବିପକ୍ଷରେ ନାୟିକା ହେବେ ସ୍ୱପ୍ନା ପ୍ରିୟଦର୍ଶିନୀ।
/sambad/media/media_files/2025/09/14/untitled-5-2025-09-14-06-25-07.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)