ପ୍ରଥମଥର ପାଇଁ ଏକାଠି ନଜର ଆସିବେ ଓଲିଉଡ୍‌ର ଦୁଇ ଜଣାଶୁଣା ନାୟକ ଓ ନାୟିକା। ଏ ଦୁହେଁ ହେଲେ ସ୍ବରାଜ ଓ ସାୟଲ୍। ଏହି ଯୋଡ଼ି ଯେଉଁ ନୂଆ ସିନେମାରେ ନଜର ଆସିବେ, ଏଯାଏ ତା’ର ନାମକରଣ ଚୂଡ଼ାନ୍ତ ହୋଇନାହିଁ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହାର ନିର୍ଦ୍ଦେଶନା ଦେଉଛନ୍ତି ‘ପ୍ରସ୍ଥାନମ୍’, ‘ଦଶମ’ ଓ ‘ଘମାଘୋଟ୍’ ପରି ସିନେମାର ନିର୍ଦ୍ଦେଶକ ରାଜା. ଡି। ରାଜା ମଧ୍ୟ ପ୍ରଥମଥର ନିଜ ସିନେମାରେ ସ୍ବରାଜ ଓ ସାୟଲ୍‌ଙ୍କୁ ନେଇଛନ୍ତି। ଅମିତ କୁମାର ଦାଶ ଓ ପ୍ରଣବପ୍ରସନ୍ନ ରଥ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ଗୌରବ ଆନନ୍ଦ ଓ ଅନୁରାଗ ପଟ୍ଟନାୟକ ଏଥିରେ ସ୍ବର ସଂଯୋଜନା ଦାୟିତ୍ବ ଗ୍ରହଣ କରିଛନ୍ତି। ଏହାର ଅନ୍ୟାନ୍ୟ କଳାକାର ଚୟନ ଚାଲିଛି। ଜୀ-ସାର୍ଥକ ଓ ଆଓ ନେକ୍ସଟ୍ ଦ୍ବାରା ପ୍ରଯୋଜିତ ଏହି ସିନେମାର ସୁଟିଂ ଚଳିତ ମାସରେ ଆରମ୍ଭ ହେବ। ସ୍ବରାଜ ଆଗରୁ ଭୂମିକା, ଶିବାନୀ, ସନ୍‌ମୀରା, ଶୀତଲ୍, ଏଲିନା ଓ ଲକି ମନୀଷାଙ୍କ ପରି ନାୟିକାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି।
ତେଣେ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଚାଲ୍ ଟିକେ ଦୁଷ୍ଟ ହେବା’ ଜରିଆରେ ନାୟିକା ଭାବେ ସାୟଲ୍ ଓଲିଉଡ୍‌ରେ ପଦାର୍ପଣ କରିଥିଲେ। ଏହାପରେ ସେ ମନମ୍ୟୁଜିୟମ୍ ଭଳି ସିନେମା ଏବଂ ‘ରସଗୋଲା କାହାର’ ଓ ‘ଡ୍ୟାନ୍ସିଂ ଷ୍ଟାର୍’ ଭଳି ଟେଲିସିନେମାରେ ନଜର ଆସିଥିଲେ। ତେବେ ଶୈଳେନ୍ଦ୍ରଙ୍କ ସହ ତାଙ୍କର ମ୍ୟୁଜିକ୍ ଭିଡିଓ ‘ମହୁଆପାଣି’ ସାୟଲ୍‌ଙ୍କୁ ସବୁଠାରୁ