ସ୍ବାତୀର ପିତାଙ୍କୁ କେହି ହତ୍ୟା କରିଛି। ଅପରାଧୀ କିଏ ଓ କାହିଁକି ତା’ ବାପାଙ୍କୁ ହତ୍ୟା କଲା? ଏଭଳି ପ୍ରଶ୍ନ ସ୍ବାତୀକୁ ବିଚଳିତ କରେ। କିନ୍ତୁ ସେ ଜାଣିବାକୁ ପାଏ ଯେ ପିତାଙ୍କ ହତ୍ୟାକାରୀ ହେଉଛି ତା’ ପ୍ରେମିକ, ଯାହାକୁ ସେ ଜୀବନଠୁ ବି ଅଧିକ ଭଲପାଏ। କିନ୍ତୁ ଏକଥା ସହଜରେ ବିଶ୍ବାସ କରିପାରେନି ସେ। ପ୍ରେମିକ ଶମ୍ଭୁ କଦାପି ହତ୍ୟାକାରୀ ହୋଇ ନପାରେ ବୋଲି ଅନ୍ତରାତ୍ମା କହୁଥିଲେ ବି ସ୍ବାତୀ କ’ଣ କରିବ ଭାବିପାରେନି। ଦ୍ବନ୍ଦ୍ବରେ ପଡ଼ିଯାଏ ସେ। କିପରି ତା’ର ଏହି ଦ୍ବନ୍ଦ୍ବ ଦୂରହୁଏ ଏବଂ ପିତାଙ୍କ ପ୍ରକୃତ ହତ୍ୟାକାରୀ ପାଖରେ ସ୍ବାତୀ ପହଞ୍ଚିପାରେ କି ନାହିଁ, ତାହା ଜାଣିବାକୁ ହେଲେ ଆପଣଙ୍କୁ ଏସ୍. ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଶମ୍ଭୁ’ର ରିଲିଜ୍ଯାଏ ଅପେକ୍ଷା କରିବାକୁ ପଡ଼ିବ।
ଏହି ସିନେମାରେ ସ୍ବାତୀ ଭୂମିକାରେ ନଜର ଆସିବେ ତମନ୍ନା। ଗତବର୍ଷ ଦଶହରାରେ ମୁକ୍ତିଲାଭ କରିଥିବା ‘ଭିଲେନ୍’ ପରେ ତମନ୍ନାଙ୍କୁ ଆଉ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ। ‘ଶମ୍ଭୁ’ରେ ପ୍ରଥମଥର ଲାଗି ଶୁଭମ୍ଙ୍କ ବିପକ୍ଷରେ ତମନ୍ନାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକ୍ରବିଙ୍କ ସହିତ ଶିଶୁ କଳାକାର ଭାବେ ବିପ୍ସା ଜେନା ପ୍ରମୁଖ ଅଭିନୟ କରିଛନ୍ତି। ଅନୁପମା ମୁଭିଜ୍ ବ୍ୟାନର୍ରେ ନିର୍ମିତ ଏହି ସିନେମାର ପ୍ରଯୋଜକ ହେଲେ ବିଭୂତି ଜେନା। ‘ଶମ୍ଭୁ’ର ସଂଳାପକାର ଡକ୍ଟର ରଜନୀରଂଜନ ଓ ସଙ୍ଗୀତକାର ଦୀପକ କୁମାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/27/fsfshfsxvb-2025-07-27-03-11-45.jpg)