ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏକମାତ୍ର ଝିଅ ଶ୍ୱେତା ନନ୍ଦା ଏକ ନାମୀ ବ୍ରାଣ୍ଡ ଏକପାଇଁ ମଡେଲିଂ କରିଥିଲେ। ଏହା ହେଲାକଲ୍ୟାଣ ଜୁଏଲର୍ସ। ଏହି ବିଜ୍ଞାପନରୁ ଶ୍ୱେତା ଅଭିନୟ ଜୀବନ ଆରମ୍ଭ କରିଛନ୍ତି। କିନ୍ତୁ ଦୁଃଖର କଥା ସେହି ବିଜ୍ଞାପନକୁ ରିଲିଜ୍ କରୁନାହିଁ କଲ୍ୟାଣ ଜୁଏଲାରି । ଏହାକୁ ଅବଶ୍ୟ ଟେଲିଭିଜନରେ ପ୍ରଦର୍ଶିତ କରାଯାଇଥିଲା। ଏହାକୁ ସମସ୍ତ ଚାନେଲରୁ ହଟାଇ ଦିଆଯାଇଛି। ଏହି ବିଜ୍ଞାପନରେ ବ୍ୟାଙ୍କ କର୍ମଚାରୀଙ୍କ କାମପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯିବା ଏବଂ ଅପମାନ ଦିଆଯିବାକୁ ବିରୋଧ କରିଛି ବ୍ୟାଙ୍କ କର୍ମଚାରୀ ସଂଘ। ଏହା ଫଳରେ ଏବେ ସେହି ବିଜ୍ଞାପନକୁ ସମସ୍ତ ଚାନେଲରୁ ହଟାଇ ଦିଆଯାଇଛି ବୋଲି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2018/07/sweta-nanda-bigb-300x172.jpg)
ପ୍ରକାରାନ୍ତରେ କୁହାଗଲା ଯେ ଶ୍ୱେତା ନନ୍ଦାଙ୍କ ଆକ୍ଟିଂ ଡେବ୍ୟୁ ଫ୍ଲପ୍ ହେଲା। ପ୍ରଥମ ଥର ପାଇଁ ନିଜ ପିତାଙ୍କ ସହ କଲ୍ୟାଣ ଜୁଏଲର୍ସର ଏକ ବିଜ୍ଞାପନରେ ଅଭିନୟ କରିଛନ୍ତି ଶ୍ୱେତା । ପରିବାରରେ ସମସ୍ତେ ଅଭିନୟ ଏବଂ କଳା ସହ ଜଡ଼ିତ ରହିଥିବା ବେଳେ ଶ୍ୱେତା ନିଜକୁ ଏଥିରୁ ସଂପୂର୍ଣ୍ଣ ଭାବେ ଦୂରେଇ ରଖିଛନ୍ତି । ପ୍ରଥମ ଥର ପାଇଁ ତାଙ୍କୁ ୨୦୧୦ ମସିହାରେ କରଣ ଜୋହରଙ୍କ ଟକ୍ ସୋ’ରେ ଦେଖିବାକୁ ମିଳିଥିଲା । ତାହା ତାଙ୍କର ପ୍ରଥମ ଟେଲିଭିଜନ୍ ଡ଼େବ୍ୟୁ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/sweta-nanda.jpg)