ସର୍ବଦା ନିଜକୁ କ୍ୟାମେରାଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ଅମିତାଭ ବଚ୍ଚନଙ୍କ ଲାଡ୍ଲୀ ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କୁ ଦର୍ଶକେ ଖୁବ୍ଶୀଘ୍ର ଅଭିନୟ କରୁଥିବାର ଦେଖିବାକୁ ପାଇବେ। ତେବେ ଶ୍ୱେତା କୌଣସି ଫିଲ୍ମ କିମ୍ବା ଗୀତରେ ନୁହେଁ ବରଂ ସେ ଏକ ଟିଭି କମର୍ସିଆଲ୍ରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି। ସବୁଠାରୁ କଥା ହେଉଛି ଏଇଆ ଯେ,ଶ୍ୱେତା ହିନ୍ଦୀ ଫିଲ୍ମ ଜଗତର ମହାନାୟକ ତଥା ନିଜର ପିତା ଅମିତାଭ ବଚ୍ଚନଙ୍କ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ ,ଫଟୋଗ୍ରାଫର ଭାୟରଲ ଭୟାନୀ ତାଙ୍କ ସୁଟିଂ ସମୟର ଏପରି କିଛି ଫଟୋ କୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି, ଯେଉଁଥିରେ କି ଝିଅ ଶ୍ୱେତାଙ୍କୁ ପିତା ଅମିତାଭଙ୍କ ପାଖରେ ବସି କଥାବାର୍ତ୍ତା ହେଉଥିବାର ଦେଖାଯାଇଛି। ତେବେ ନିଖିଲ୍ ନନ୍ଦାଙ୍କୁ ବିବାହ କରିବା ପରେ ପରେ ଶ୍ୱେତା ନିଜର ବିବାହିତ ଜୀବନକୁ ଉପଭୋଗ କରୁଥିବା ସହିତ ସେ ଦୁଇଟି ସନ୍ତାନ ନବ୍ୟା ଏବଂ ଅଗସ୍ତ୍ୟର ଜନନୀ ମଧ୍ୟ ଅଟନ୍ତି।
ଏବେ ପର୍ଯ୍ୟନ୍ତ ଶ୍ୱେତା ଗ୍ଲାମରସ୍ ଦୁନିଆରୁ ଦୂରରେ ରହିଛନ୍ତି ସତ,ହେଲେ ସୋସିଆଲ୍ ମିଡିଆରେ ନିଜର ଫଟୋ ଲାଗି ସେ ସର୍ବଦା ହିଁ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ଶ୍ୱେତା ଜାବେଦ୍ ଜାଫରୀଙ୍କ ପୁଅ ସହିତ ଏକ ଫଟୋରେ ଦେଖାଯାଇଥିଲେ। ଯାହାକି ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା।