ମୁମ୍ବାଇ: ଟି-ସିରିଜ୍ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ | ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇ ଭୂଷଣ କୁମାର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଛି। ୩୦ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ଡିଏନ୍ ନଗର ପୁଲିସ ଷ୍ଟେସନରେ ଏ ନେଇ ମାମଲା ପଞ୍ଜିକୃତ ହୋଇଛି |
ndtv.comତେବେ ଅପରାଧ କେବେ ଘଟିଥିଲା ସେ ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇନାହିଁ। ଅଭିଯୋଗ ଅନୁଯାୟୀ ଭୂଷଣ କୁମାର ନିଜ କମ୍ପାନିର କିଛି ପ୍ରୋଜେକ୍ଟରେ ତାଙ୍କୁ ଚାକିରି ଯୋଗାଇଦେବା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି। ମହିଳାଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ପ୍ରତାରଣା କରାଯାଇଛି ତେଣୁ ସେ ପୁଲିସ ନିକଟରେ ପହଞ୍ଚିଛନ୍ତି | ଅଧିକାରୀଙ୍କ ଅନୁଯାୟୀ ଭୂଷଣ କୁମାରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (ଦୁଷ୍କର୍ମ), ୪୨୦ (ପ୍ରତାରଣା), ୫୦୬ (ଅପରାଧିକ ଧମକ) ଅନୁଯାୟୀ ଅଭିଯୋଗ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Rape-Case-Against-Bhushan-Kumar_Thumbnail.jpg)