ମୁମ୍ବାଇ: ୧୫ବର୍ଷ ପୂର୍ବରୁ ସୈଫ୍ ଅଲ୍ଲୀ ଖାନ୍ ନେଇଥିବା ନିଷ୍ପତ୍ତିିକୁ ଏବେ ଭାଙ୍ଗିବାକୁ ଯାଉଥିବା ଜଣା ପଡ଼ିଛି । ୧୫ବର୍ଷ ପୂର୍ବରୁ ସୈଫ୍ ମଲ୍ଟିଷ୍ଟାରର ଫିଲ୍ମ କରିବେ ନାହିଁ ବୋଲି ମନସ୍ଥ କରିଥିବା ବେଳେ ଏବେ ସେ ଏହି ନିଷ୍ପତ୍ତିକୁ ଭାଙ୍ଗିବେ ବୋଲି ଜଣା ପଡ଼ିଛି । ୨୦୦୩ରେ ତାଙ୍କର ଫିଲ୍ମ କଲ୍ ହୋ ନା ହୋ ଫିଲ୍ମ ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କ ସହ ଶାହାରୁଖ୍ ମଧ୍ୟ କାମ କରିଥିଲେ । ଏହି ଫିଲ୍ମ ରିଲିଜ ପରେ ତାଙ୍କ ଚରିତ୍ରକୁ ଏତେ ପ୍ରାଧାନ୍ୟ ଦିଆଯାଇ ନଥିଲା । ଯାହା ପରେ ସେ ମଲ୍ଟିଷ୍ଟାରର ଫିଲ୍ମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ସେ ଅଭିନେତା ଅଜୟ ଦେବଗନ୍ଙ୍କ ପାଇଁ ଏହି ନିଷ୍ପତ୍ତି ଭାଙ୍ଗିବାକୁ ଯାଉଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2018/09/saifajay-300x200.jpg)
ଅଜୟ ନିଜ ହୋମ୍ ପ୍ରଡ଼କ୍ସନରେ ନିର୍ମାଣ କରୁଥିବା ଫିଲ୍ମ ତାନାଜି ପାଇଁ ସୈଫ୍ଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ଏହି ଫିଲ୍ମରେ ଅଜୟଙ୍କ ଭଳି ସୈଫ୍ଙ୍କ ଚରିତ୍ରର ମଧ୍ୟ ଗୁରୁତ୍ୱ ରହିବ ବୋଲି ସେ କହିଛନ୍ତି । ଅଜୟଙ୍କ ଏହି ପ୍ରସ୍ତାବ ପରେ ସୈଫ୍ ନିଜ ୧୫ବର୍ଷର ନିଷ୍ପତ୍ତି ଭାଙ୍ଗି ପାରନ୍ତି ବୋଲି ଆଶା କରାଯାଉଛି ।