ଅଭିନେତ୍ରୀ ତାପସୀ ପନ୍ନୁ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବେଳେ ଆଜି ସେ ୨୦୧୯ ଅଭିନୀତ ଚଳଚ୍ଚିତ୍ର ‘ଗେମ ଓଭର’ର ଏକ ଦୃଶ୍ୟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଏକ ହ୍ବିଲ୍ ଚେୟାରରେ ବସିଥିବା ବେଳେ କିଛି ପଢ଼ୁଥିବାର ଦେଖିବାକୁ ମିଳିଛି। ଏହି ଛବିର କ୍ୟାପ୍ସନରେ ଲେଖିଛନ୍ତି, ଆମମାନଙ୍କର ଦୁଇଟା ଜୀବନ ଅଛି। ଯେତେବେଳେ ଗୋଟେ ସରିଯାଏ, ଆଉ ଗୋଟେ ଆରମ୍ଭ ହୁଏ। ଏହା ସେ ଧରିଥିବା ଲଫାପା ଉପରେ ଲେଖାଯାଇଥିଲା। ସେ ଏହି ପୁରୁଣା ଦିନର ସେଟ୍ର ସ୍ମୃତି ବଖାଣି କହିଛନ୍ତି, ଯେତେବେଳେ ମୁଁ ଏହା ପଢ଼ିଲି ସ୍ତମ୍ଭୀଭୂତ ହୋଇଯାଇଥିଲି। ସେଇ ମୁହୂର୍ତରେ ମୋର ବଞ୍ଚିବାର ଅଭିପ୍ସା ବହୁତ ବଢ଼ିଯାଇଥିଲା। ‘ଗେମ୍ ଓଭର’ ମୋ ପାଇଁ କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ଚଳଚ୍ଚିତ୍ରଠୁ ଅଧିକ ବୋଲି ସେ କହିଛନ୍ତି।
‘ଗେମ୍ ଓଭର’ ଫିଲ୍ମଠୁ ଅଧିକ: ତାପସୀ ପନ୍ନୁ
/sambad/media/post_attachments/wp-content/uploads/2020/05/tapasi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)