ଫିଲ୍ମରେ ହିରୋ ନାୟିକା

ଦିନ ଥିଲା ବଲିଉଡ୍‌ରେ ନାୟକମାନଙ୍କ ରାଜ୍‌ ଚାଲିଥିଲା। କେବଳ ସେଇମାନଙ୍କୁ କେନ୍ଦ୍ରରେ ରଖି ଚଳଚ୍ଚିତ୍ର ନିର୍ମାଣ ହେଉଥିଲା। ମାତ୍ର ଏବେ ସମୟ ବଦଳିଛି। ଏଇ କିଛି ବର୍ଷ ମଧ୍ୟରେ ନାରୀମାନଙ୍କୁ ମୁଖ୍ୟ ଚରିତ୍ର ଭାବେ ନେଇ ପ୍ରସ୍ତୁତ ହୋଇଛି। ତାପସୀ ପନ୍ନୁଙ୍କ ‘ଥାପ୍ପଡ଼’ ଚଳଚ୍ଚିତ୍ରରେ ଜଣେ ଗୃହିଣୀ ନିଜ ସ୍ବାମୀଙ୍କଠାରୁ ଏକ ଘରୋଇ ପାର୍ଟିରେ ଚାପୁଡ଼ା ଖାଇବା ପରେ କିଭଳି ପରିବର୍ତନ ଦେଖାଦେଇଛି ତାକୁ ନେଇ ନିର୍ମିତ ହୋଇଛି। ସେହିପରି ‘ରାଜି’ ଚଳଚ୍ଚିତ୍ରରେ ଜଣେ ମହିଳାଙ୍କୁ ପାକିସ୍ତାନଙ୍କୁ ଏଜେଣ୍ଟ ଭାବେ ପଠାଯିବା ପରେ କି ଆହ୍ବାନ ଆସୁଛି ତାହା ଚିତ୍ରଣ ହୋଇଛି। ଡିୟର ଜିନ୍ଦେଗି, ବଦ୍‌ଲା, ଦଙ୍ଗଲ, ପିଙ୍କ୍‌, ଦମ୍‌ ଲଗା କେ ହୈସା, ଉଡ୍‌ତା ପଞ୍ଜାବ, ତୁମ୍‌ହାରି ସୁଲୁ, ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖା ନିର୍ମିତ ହୋଇ ଚର୍ଚ୍ଚିତ ହୋଇଛି।

ସମ୍ବନ୍ଧିତ ଖବର