ଫିଲ୍ମ ସାଇନ୍‌ କରିବା ଶୁଣି ତାପ୍‌ସୀଙ୍କୁ ଅଭିନୟ ଆସେ ନାହିଁ ବୋଲି କହିଲେ ବ୍ୟବହାରକାରୀ, ଜବାବ ମିଳିଲା; ଏବେ ଆଉ କିଛି କରିହେବ ନାହିଁ

ମୁମ୍ବାଇ : ସାଉଥ ଇଣ୍ଡଷ୍ଟ୍ରୀରୁ ଆସି ବଲିଉଡ୍‌ରେ ଏବେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ଲାଗି ପଡ଼ିଛନ୍ତି ଅଭିନେତ୍ରୀ ତାପ୍‌ସୀ ପନ୍ନୁ । ପିଙ୍କ, ମନମର୍ଜିୟାଁ ଏବଂ ବଦଲା ଭଳି ଭିନ୍ନ କାହଣୀର ଫିଲ୍ମ କରି ସେ ଏବେ ବଲିଉଡ୍‌ର ଅନେକ ଆଗ ଧାଡ଼ିର କଳାକାରଙ୍କୁ ଟକ୍କର ଦେବା ଆରମ୍ଭ କରିଛନ୍ତି । ତେବେ ଏତେ ବଡ଼ ବଡ଼ ହିଟ୍‌ ଦେବା ପରେ ମଧ୍ୟ କିଛି ଲୋକ ତାଙ୍କ ଅଭିନୟକୁ ନେଇ ଏବେ ବି ମନରେ ସନ୍ଦେହ ରଖିଛନ୍ତି । ଜଣେ ଟୁଇଟର ବ୍ୟବହାରକାରୀ ତାପ୍‌ସୀଙ୍କୁ ଅଭିନୟ ଆସେ ନାହିଁ । ତାଙ୍କୁ ଫିଲ୍ମ ଦିଅନ୍ତୁ ନାହିଁ ବୋଲି କହିଥିବା ଦେଖା ଯାଇଛି । କିନ୍ତୁ ଚୁପ୍‌ ନ ରହି ସବୁ ଥର ଭଳି କଡ଼ା ଜବାବ ଦେଇଛନ୍ତି ତାପ୍‌ସୀ ।

ସୂଚନା ମୁତାବକ, କିଛି ଦିନ ତଳେ ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଥପ୍ପଡ’ ସାଇନ୍‌ କରି ତାଙ୍କ ସହ ତାପ୍‌ସୀ ଫଟୋ ସେୟାର କରିଥିଲେ । ଏହା ସହ ନିଜ ନୂଆ ଫିଲ୍ମର ଘୋଷଣା କରିଥିଲେ । କିନ୍ତୁ ଏହା ଦେଖି ବିଶାଲ ନାମକ ଜଣେ ବ୍ୟବହାରକାରୀ, “ଅନୁଭବ ସାର୍‌, ଆପଣ ଆଉ କେଉଁ ଅଭିନେତ୍ରୀଙ୍କୁ କାଷ୍ଟ କରନ୍ତୁ । ତାପ୍‌ସୀକୁ ଅଭିନୟ ଜଣା ନାହିଁ” ବୋଲି ଲେଖିଥିଲେ ।

ଏହାର ଜବାବ ରଖି, “କ୍ଷମା କର, ଏବେ ସବୁ କିଛି ସରିଗଲାଣି । ଏବେ ତ ମୁଁ ସାର୍‌ଙ୍କୁ ମୋତେ ବାହାର କରିବାକୁ ଦେବି ନାହିଁ । ଗୋଟେ କାମ କର, ମୋର ଆଗାମୀ ଫିଲ୍ମକୁ ରୋକି ଦିଅ । ହୋଇପାରେ ତାକୁ ମଧ୍ୟ ମୁଁ ହାତେଇ ନେବି” ବୋଲି ଲେଖିଥିଲେ ତାପ୍‌ସୀ ।

ସମ୍ବନ୍ଧିତ ଖବର