ନଓ୍ଵାଜୁଦ୍ଦିନ୍‌ ସିଦ୍ଦ୍‌କୀଙ୍କ ସହ କାମ କରିବା ପାଇଁ ରୋକ୍‌ ଠୋକ୍‌ ମନା କରିଦେଲେ ତାପସୀ

ମୁମ୍ବାଇ : ଏବେ ଧୀରେ ଧୀରେ ବଲିଉଡରେ ନିଜର ସ୍ଥାନ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ତାପସୀ ପନ୍ନୁ । ବଲିଉଡ଼ରେ ପାଦ ରଖିବା ପରେ ପରେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମରେ କାମ କରିବାର ସୁଯୋଗ ମିଳି ଚାଲିଛି । କିଛି ଫିଲ୍ମ ହିଟ୍‌ ନ ହେଲେ ବି ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ଦର୍ଶକେ ପସନ୍ଦ କରି ଆସିଛନ୍ତି । ଫିଙ୍କ୍‌, ବେବି, ନାମ ଶବାନା ଭଳି ଫିଲ୍ମରେ କାମ କରି ଚର୍ଚ୍ଚିତ ହୋଇଥିବା ତାପ୍‌ସୀ ଏବେ ବଲିଉଡ଼ର ଜଣେ ଲୋକପ୍ରିୟ କଳାକାରଙ୍କ ସହ କାମ କରିବାକୁ ମନା କରିଥିବାରୁ ଚର୍ଚ୍ଚାରେ ରହିଛନ୍ତି । ସେ ହେଉଛନ୍ତି ନଓ୍ଵାଜୁଦ୍ଦିନ୍‌ ସିଦ୍ଦକୀ । ଜାଣନ୍ତୁ ଏହାର କାରଣ କ’ଣ?

dnaindia.com

ଖୁବ୍‌ କମ ସମୟରେ ବଲିଉଡରେ ଏକ ଅପୂରଣୀୟ ସ୍ଥାନ ବନାଇ ପାରିଛନ୍ତି ନଓ୍ଵାଜୁଦ୍ଦିନ୍‌ ସିଦ୍ଦକୀ । ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କ ସହ କାମ କରିବା ପାଇଁ କେହି ମନା କରନ୍ତି ନାହିଁ । ବଲିଉଡ଼ର ବଡ଼ ବଡ଼ କଳାକାରମାନଙ୍କ ସହ କାମ କରି ନିଜର ଏକ ନିଆରା ଛାପ ଛାଡ଼ିଛନ୍ତି ନଓ୍ଵାଜୁଦ୍ଦିନ୍‌ । ତେବେ ସେଭଳି ଜଣେ କଳାକାରଙ୍କ ସହ ତାପସୀ କାମ କରିବା ପାଇଁ କ’ଣ ପାଇଁ ମନା କଲେ ସେ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ସୂଚନା ମୁତାବକ, ନିର୍ଦ୍ଦେଶକ ହଦି ତ୍ରେହନ ଏକ କ୍ରାଇମ୍‌ ଥ୍ରିଲରକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ନଓ୍ଵାଜୁଦ୍ଦିନ୍‌ଙ୍କ ସହ ତାପ୍‌ସୀଙ୍କୁ ନେବା ବୋଲି ମନସ୍ଥ କରିଥିବା ବେଳେ ତାପ୍‌ସୀ ଏହି ଫିଲ୍ମ କରିବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ନଓ୍ଵାଜୁଦ୍ଦିନ୍‌ ଥିବା ଜାଣି ସେ ଏପରି କରିଥିବା ସୂଚନା ମିଳିଛି । କିନ୍ତୁ ସେ ଏପରି କ’ଣ ପାଇ କରିଛନ୍ତି ଏ ନେଇ ତାପସୀ ନିଜ ଆଡ଼ୁ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ଅନ୍ୟ ପକ୍ଷରେ ତାପ୍‌ସୀଙ୍କ ଏପରି ବ୍ୟବହାରକୁ ନେଇ ନିର୍ଦ୍ଦେଶକ ଖୁସ୍‌ ନ ଥିବା ଜାଣିିବାକୁ ମିଳିଛି ।

ସମ୍ବନ୍ଧିତ ଖବର