ତାପ୍‌ସୀଙ୍କୁ କଙ୍ଗନାଙ୍କ ଶସ୍ତା କପି ବୋଲି କହିଥିଲେ ରଙ୍ଗୋଲି, ଏଭଳି ପ୍ରତିକ୍ରିୟା ଦେଲେ ତାପ୍‌ସୀ

ମୁମ୍ବାଇ : ଗତକାଲି ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କୁ ଟାର୍ଗେଟ କରିଥିଲେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ । କଙ୍ଗନାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ର ଟ୍ରେଲର ଦେଖି ତାପ୍‌ସୀ ଟୁଇଟ୍‌ କରି ଟ୍ରେଲରକୁ ପ୍ରଶଂସା କରିଥିଲେ । ଏହା ପରେ ମଧ୍ୟ ରଙ୍ଗୋଲି ତାପ୍‌ସୀଙ୍କୁ ଅସମ୍ମାନ କରିବାକୁ ଭୁଲି ନଥିଲେ । ଏବେ ଏ ନେଇ ଏବେ ତାପ୍‌ସୀଙ୍କ ପ୍ରତିକ୍ରିୟା ଆସିଛି ।

ଡେକାନ କ୍ରୋନିକିଲକୁ ସାକ୍ଷାତକର ଦେବା ସମୟରେ ତାପ୍‌ସୀଙ୍କୁ ରଙ୍ଗୋଲିଙ୍କ ଟୁଇଟ୍‌ ବିଷୟରେ ପଚରା ଯାଇଥିଲା । ପ୍ରତିକ୍ରିୟା ରଖି ତାପ୍‌ସୀ କହିଥିଲେ, ମୁଁ ଏ ବିଷୟରେ କିଛି କହିବାକୁ ଚାହୁଁ ନାହିଁ । ମୁଁ ଲୋକଙ୍କ ସକାରାତ୍ମକ ପକ୍ଷ ଦେଖିବାକୁ ସବୁ ବେଳେ ପସନ୍ଦ କରେ । ଆଗରୁ ଏ ସବୁକୁ ନେଇ ମୋତେ ଫରକ ପଡ଼ୁଥିଲେ ମଧ୍ୟ ଏବେ କିଛି ଫରକ ପଡ଼ୁ ନାହିଁ । ଏହା ସହ ଏ ସବୁ ଜିନିଷ ପାଇଁ ମୋ ପାଖରେ ସମୟ ନାହିଁ ବୋଲି କହିଥିଲେ ।

Times Now

ଜୁଲାଇ ୩ରେ ଟୁଇଟ୍‌ କରି, “କିଛି ଲୋକ କଙ୍ଗନାର ନକଲ କରି ବଲିଉଡ୍‌ରେ ନିଜ ଦୋକାନ ଚଳାଉଛନ୍ତି । କିନ୍ତୁ ଦୟା କରି ନୋଟ୍‌ କରନ୍ତୁ, କେହି ମଧ୍ୟ ଟ୍ରେଲରର ପ୍ରଶଂସା କରିବା ସମୟରେ କଙ୍ଗନାଙ୍କ ନାଁ ନେଇ ନାହାନ୍ତି । କିଛି ଦିନ ତଳେ ତାପ୍‌ସୀ କହିଥିଲେ କି କଙ୍ଗନାଙ୍କୁ ଡବଲ ଫିଲଟରର ଆବଶ୍ୟକତା ରହିଛି । ମୁଁ ତାଙ୍କୁ କହିବାକୁ ଚାହେଁ, ତାପ୍‌ସୀ ଜୀ ତୁମେ ନିଜକୁ ଶସ୍ତା କପି କର ନାହିଁ । ଏହାକୁ ତୁରନ୍ତ ବନ୍ଦ କରିଦିଅ” ବୋଲି ଲେଖିଥିଲେ ରଙ୍ଗୋଲି ।

ସମ୍ବନ୍ଧିତ ଖବର