ମୁମ୍ବାଇ: ଫିଲ୍ମ 'ବ୍ଲର୍' ରିଲିଜ୍ ହେବା ପରେ ଏବେ ଛୁଟି କଟାଉଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ହେଲେ ଫିଲ୍ମଠାରୁ ଦୂରରେ ଥିଲେ ବି ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ତାପସୀ ଯୋଡି ହୋଇ ରହିଛନ୍ତି। ନିଜ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଉ ଦେଉ ତାପସୀ ଏବେ କିଛି ଏଭଳି କହିଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ଜବାବ ଦେଖି ସେ କପୁର ପରିବାରର ବୋହୂ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି। ତାପସୀଙ୍କୁ ତାଙ୍କର ଜଣେ ପ୍ରଶଂସକ ପଚାରିଥିଲେ ଯେ ସେ କେବେ ବିବାହ କରିବେ। କୌଣସି ତାରିଖ ନକହି ତାପସୀ ସିଧାସଳଖ ଯେଉଁ ଉତ୍ତର ଦେଇଥିଲେ, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ତାପସୀ ତାଙ୍କ ସୋସିଆଲ ମିଡିଆ ପୃଷ୍ଠାରେ 'ଆସ୍କ ମିଁ ଏନିଥିଙ୍ଗ' ସେସନ କରିଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ଆପଣ କେବେ ବିବାହ କରିବେ। ଏହାର ଉତ୍ତରରେ ତାପସୀ କହିଥିଲେ, ମୁଁ ଏଯାଏ ଗର୍ଭବତୀ ହୋଇନାହିଁ। କୌଣସି ତାରିଖ ନକହି ତାପସୀ ଏଭଳି ଜବାବ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି କହି ସେ ଆଲିଆଙ୍କୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଆଲିଆ, ଅଭିନେତା ରଣବୀର କପୁରଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ଥିଲେ। ଏପ୍ରିଲ ୧୪, ୨୦୨୨ରେ ଦୁହେଁ ବିବାହ କରିଥିବା ବେଳେ ନଭେମ୍ବର ୬, ୨୦୨୨ରେ ଝିଅ ରାହାକୁ ଜନ୍ମ ଦେଇଥିଲେ ଆଲିଆ।